14 ସବୁ ଲକର୍ ସଙ୍ଗ୍ ସୁସାରେ ଆରି ସୁକଲ୍ ସଙ୍ଗ୍ ରଇବାକେ ଚେସ୍ଟା କରା, ଆରିକେ ସୁକଲ୍ ନ ଅଇକରି ମାପ୍ରୁକେ ଦେକି ନାପାରତ୍ । 15 ଗଟେକ୍ ଲକ୍ ଆରିଗଟେକ୍ ଲକ୍କେ ଜାଗ୍ରତ୍ କରାଆ । ଜେନ୍ତାରି କି ପର୍ମେସର୍ ଜିବନ୍ ଦୁକାଇକରି ଦୟା ଦେକାଇଲାଟାନେଅନି କେ ପଚ୍କେ ନ ଜାଅତ୍ । କାଇକେବଇଲେ ସେନ୍ତାରି ଲକ୍ ପିତା ପଲ୍ ଦାର୍ବା ଗଟେକ୍ ଗଚ୍ ପାରା ରଇସି ଆରି ବେସି ଲକ୍କେ ତାର୍ ବିସ୍ ସଙ୍ଗ୍ ଅଇରାନ୍ କର୍ସି ।