22 ମାତର୍ ଏବେ ଆମେ ସିଅନ୍ ପର୍ବତେ ଆସିଆଚୁ । ସେଟା ଅଇଲାନି ସର୍ଗେ ରଇବା ଜିରୁସାଲେମ୍ । ଜିବନ୍ ରଇବା ପର୍ମେସରର୍ ନଅରେ ଆଇଲୁ ଆଚୁ । ଜନ୍ଟାନେ କି ଅଜାର୍ ଅଜାର୍ ଦୁତ୍ମନ୍ ଆଚତ୍ । 23 ପର୍ମେସରର୍ ପଣୁଆ ପିଲାମନ୍ ସାର୍ଦାସଙ୍ଗ୍ ରୁଣ୍ଡିରଇବା ଜାଗାଇ ଆମେ ଆଇଲୁଆଚୁ । ତାକର୍ ନାଉଁମନ୍ ସର୍ଗେ ଲେକାଅଇଲା ଆଚେ । ଆମେ ପର୍ମେସରର୍ ଲଗେ ଆଇଲୁ ଆଚୁ । ସେ ସବୁକେ ବିଚାର୍ କର୍ସି । ସେ ସିଦ୍ କରିରଇବା ଦରମ୍ଲକର୍ ଆତ୍ମାମନର୍ଟାନେ ଆଇଲୁ ଆଚୁ । 24 ଆରି ନୁଆ ରାଜିନାମା ତିଆର୍ କରିରଇବା ଜିସୁକିରିସ୍ଟର୍ ଲଗେ ଆଇଲୁଆଚୁ । ସେ ତାର୍ ବନି ଜରାଇରଇଲା । ସେଟା ଏବଲର୍ ବନିତେଇଅନି ନିକ ଆଚେ ।
Publicidade
Publicidade