5 ପର୍ମେସରର୍ ସାସ୍ତରେ ଲେକା ଅଇଲାଟା ତମେ ପାସ୍ରିଗାଲାସ୍ କି ? ସେ ତାର୍ ପିଲାଜିଲାମନ୍କେ ମନ୍ ସାର୍ଦା କରାଇ ଏନ୍ତାରି କଇରଇଲା । ସେ କଇଲା,
ମର୍ ପଅ ମାପ୍ରୁର୍ ସାସନ୍ କର୍ବାଟା ଏଲା କର୍ବାର୍ ନାଇ ।
ସେ ତମ୍କେ ଡଣ୍ଡ୍ ଦେବାବେଲେ ଆସା ଚାଡ୍ବାର୍ ନାଇ ।
6 କାଇକେବଇଲେ ମାପ୍ରୁ ଜେତ୍କି ଲକ୍କେ ଆଲାଦ୍ କର୍ସି, ସେତ୍କି ଲକ୍କେ ସେ ସାସନ୍ କର୍ସି ।
ଆରି ଜେତ୍କି ଲକ୍କେ ତାର୍ ପିଲାଜିଲା ବଲି ଏଜିଆଚେ
ସେ ସବୁ ଲକ୍କେ ଡଣ୍ଡ୍ ଦେଇସି ।
7 ତେବର୍ପାଇ ତମର୍ ଦୁକ୍କସ୍ଟ ସବୁ ତମର୍ ବାବାର୍ତେଇଅନି ମିଲିରଇବା ଡଣ୍ଡ୍ ପାରା ବଲି ବାବ୍ବାର୍ ଆଚେ । ପର୍ମେସର୍ ତମ୍କେ ତାର୍ ପିଲା ଜିଲା ବଲି ଏଜ୍ଲାନି । ଏଟା ତମର୍ ଦୁକ୍କସ୍ଟ ପାଇବାତେଇଅନି ଜାନାପଡ୍ସି । କାଇକେବଇଲେ, ତାର୍ ପିଲାକେ ଡଣ୍ଡ୍ ନ ଦେଲା ବାବା କେ ଆଚେ ? 8 ତେବର୍ପାଇ ତାର୍ ସବୁ ପିଲାଜିଲାପାରା ପର୍ମେସର୍ ଜଦି ତମ୍କେ ଡଣ୍ଡ୍ ନ ଦେଏ, ତାର୍ ଅରତ୍ ଅଇଲାନି ସତଇସେ ତମେ ତାର୍ ପିଲାଜିଲା ନୁଆସ୍, ମାତର୍ ଉପ୍କା ପିଲାଜିଲା । 9 ଆମ୍କେ ଜନମ୍ ଦେଲା ବାବାମନ୍ ଡଣ୍ଡ୍ ଦେଇରଇଲାଇ ଆରି ସେଟାର୍ପାଇଁ ଆମେ ସେମନ୍କେ ମାନିଅ କର୍ତେରଇଲୁ । ସେନ୍ତାର୍ଆଲେ ସର୍ଗେ ରଇବା ଆମର୍ ବାବାକେ ଆମେ କେତେକ୍ ଅଦିକ୍ ନିଜ୍କେ ସର୍ପିଅଇ ବଁଚ୍ବୁ ?