14 ଇତି ଜନ୍ ଲକ୍ମନ୍କେ ପିଲାମନ୍ ବଲି ଡାକ୍ଲାଇନି, ସେମନ୍ ବନି ମାଉଁସ୍ ରଇବା ଗାଗଡ୍ ସଙ୍ଗର୍ ଲକ୍ମନ୍ । ଜିସୁ ମିସା ସେମନର୍ ପାରା ଗଟେକ୍ ଗାଗଡ୍ ନେଲା ଆରି ତାକର୍ ଗୁନ୍ଚଲନ୍ତେଇ ମିସ୍ଲା । ତାର୍ ମରନର୍ ଲାଗି ସେ ମରନର୍ ଉପ୍ରେ ବପୁ ରଇବା ସଇତାନ୍କେ ପୁରାପୁରୁନ୍ ବାବେ ଆରାଇଲା । 15 ଜନ୍ ଲକ୍ମନ୍ ମରନ୍କେ ଡରିକରି ରଇଲାଇ, ସେଟାର୍ ପାଇ ସେମନ୍ ଜନମେ ଅନି ଗତିଦାଙ୍ଗ୍ଡା ପାରା ଅଇରଇଲାଇ । ସେମନ୍କେ ସେ ମରନର୍ ଡଣ୍ଡେଅନି ମୁକ୍ଲାଇଲା ।
Publicidade
Publicidade