12 ତେବର୍ ପାଇ ଏ ମର୍ ବିସ୍ବାସି ବାଇବଇନିମନ୍, ଜାଗର୍ତାଅଇ ରୁଆ, ଜେନ୍ତାରିକି ତମର୍ ବିତ୍ରେଅନି କେ ମିସା କାରାପ୍ ମନ୍ ରଇକରି ପର୍ମେସର୍କେ ବିସ୍ବାସ୍ ନ କରା, ଆରି କେ ମିସା ଜିବନ୍ ରଇବା ପର୍ମେସର୍ ଟାନେଅନି ବେଗ୍ଲି ନ ଜା । 13 ତମର୍ ବିତ୍ରେ କେ ମିସା ପାପର୍ଲାଗି ନାଡାଇ ଅଇବାର୍ ନାଇ । ସେଟାର୍ଲାଗି ତମର୍ ମନ୍ ଆଁଟ୍ ଅଇଜାଇସି । ଆମର୍ ଜିଇବାକାଇବା ଦିନ୍ ସାର୍ବାଜାକ ଆମେ ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ଏ ବିସଇ ଜାଗ୍ରତ୍ କରାଇବାର୍ ଆଚେ ।