9 ସେଟାର୍ପାଇଁ ଏଟା ସତ୍ ଆକା । ଆଟର୍ ସାରାସାରି ଦିନେ ପର୍ମେସର୍ ପୁଣ୍ଡ୍ଲାପାରା ତାକର୍ ଲକ୍ମନର୍ ପାଇ ଗଟେକ୍ ପୁଣ୍ଡ୍ବା ବେଲା ସଙ୍ଗଇଆଚେ । 10 କାଇକେବଇଲେ ପର୍ମେସର୍ ସପତ୍ କରିରଇବା ବିସ୍ରାମେ ଜେତ୍କିଲକ୍ ପୁର୍ବାଇ, ସେ ବିସ୍ରାମ୍ କଲାପାରା, ତାକର୍ କାମେଅନି ବିସ୍ରାମ୍ କର୍ବାଇ । 11 ସେଟାର୍ପାଇଁ ଆମେ ସବୁଲକ୍ ମନ୍ ଦିଆନ୍ ଦେଇକରି, ସେ ବିସ୍ରାମ୍ ଜାଗାଇ ପୁର୍ବାକେ ଚେସ୍ଟା କରୁ । ଆମର୍ ଆନିଦାଦିମନର୍ପାରା ନ ଅଇବାକେ ଆମେ ଜାଗ୍ରତ୍ ରଉଁ । ପର୍ମେସର୍ କଇଲାଟା ବିସ୍ବାସ୍ ନ କଲାର୍ପାଇ, ସେମନ୍ ସେଜାଗାଇ ପୁରି ନାପାର୍ଲାଇ ।