11 ମାତର୍ ଆମେ ଜେତ୍କିଲକ୍ ସବୁର୍ତେଇଅନି ବଡିଆ ବିସଇ ପାଇଆଚୁ, କିରିସ୍ଟ ଆମର୍ ବଡ୍ ପୁଜାରି ଅଇ ଆଇଲା ଆଚେ । ସେ ସେବା କର୍ବା ଜାଗାର୍ ତୁମ୍ ଲଗେ ରଇବା ଅଦିକ୍ ସୁକଲ୍ ଜାଗାଇଅନି ଅଦିକ୍ ମୁଲିଅ ରଇଲାଟା ଆରି ଅଦିକ୍ ସିଦ୍ ଆଚେ । କାଇକେବଇଲେ ସେଟା ଲକ୍ମନ୍ ତିଆର୍ କଲାଟା ନଏଁ, କି ଏ ନସିଜିବା ଜଗତର୍ଟା ମିସା ନଏଁ । 12 କିରିସ୍ଟ ସେ ତାମୁ ବାଟେଜାଇ ଏକାତରେକ୍ ସେ ବଡ୍ ସୁକଲ୍ ଜାଗାଇ ପୁର୍ଲା । ସେ ତେଇ ପୁର୍ବା ବେଲେ ବଲି କର୍ବାକେ ଚେଲି କି ପସୁ ବନି ନେଇ ନ ଜାଇରଇଲା । ମାତର୍ ସେ ନିଜର୍ ବନି ନେଇକରି ଜନ୍ ଜନ୍ଟା କର୍ବାର୍ ରଇଲା, ସେଟା ପୁରାପୁରୁନ୍ କଲା । ଜେନ୍ତାରି କି ଆମ୍କେ ମୁକ୍ଲାଇକରି କାଲ୍ କାଲ୍ ଜୁଗ୍ଜୁଗର୍ ପାଇ ମୁକ୍ତି ଦେଲା ।