ଜିସୁ ପିଲିପ୍ ଆରି ନିତନିଏଲ୍କେ ଡାକ୍ବାଟା
43 ତାର୍ ଆରକର୍ ଦିନେ ଜିସୁ ଗାଲିଲି ଦେସେ ଜିବାକେ ମନ୍ କଲା । ଆରି ସେ ଜିବା ବେଲେ ପିଲିପ୍କେ ବେଟ୍ପାଇ ତାକେ କଇଲା, "ମର୍ ସଙ୍ଗ୍ ଆଉ ।" 44 ଆନ୍ଦ୍ରିୟ ଆରି ପିତର୍ ପାରା ପିଲିପ୍ ମିସା ବେତ୍ସାଇଦା ଗଡର୍ ଲକ୍ ରଇଲା । 45 ପିଲିପ୍ ନିତନିଏଲ୍କେ ବେଟ୍ ପାଇ କଇଲା, "ଜନ୍ ଲକର୍ ବିସଇ ମସାର୍ ନିୟମେ ଲେକିରଇଲା ଆରି ବବିସତ୍ବକ୍ତାମନ୍ ଲେକି ଆଚତ୍, ଆମେ ତାକେ ଦେକ୍ଲୁ ଆଚୁ । ସେ ଜସେପର୍ ପିଲା ନାଜରିତ୍ ଗଡର୍ ଜିସୁ ।"