14 ୧୦:୧୪ ମାତିଉ ୧୧:୨୭; ଲୁକ୍ ୧୦:୨୨ମୁଇ ନିକ ମେଣ୍ଡା ଚାରାଉ । ବାବା ଜେନ୍ତାରି ମକେ ଜାନେ, ମୁଇ ମିସା ସେନ୍ତି ବାବାକେ ଜାନି, 15 ସେନ୍ତାରିସେ ମୁଇ ମର୍ ନିଜର୍ ମେଣ୍ଡାମନ୍କେ ଜାନି । ଆରି ମେଣ୍ଡାମନ୍ ମିସା ମକେ ଜାନତ୍ । ମୁଇ ସେମନର୍ ଲାଗି ମର୍ ଜିବନ୍ ଦେବାକେ ମିସା ରାଜି । 16 ଏନ୍ତାରି ମର୍ ବିନ୍ ମେଣ୍ଡାମନ୍ ଆଚତ୍ । ସେମନ୍ ଏ ରାସି ଟାନେ ନାଇ, ମକେ ସେମନ୍କେ ମିସା ଆନ୍ବାକେ ପଡ୍ସି । ସେମନ୍ ମୁଇ ଡାକ୍ବାଟା ସୁନ୍ବାଇ ଆରି ତେଇର୍ ଗଟେକ୍ ରାସି ଅଇ ରଇବାଇ । "