17 "ମର୍ ବାବା ମକେ ଆଲାଦ୍ କଲାନି, କାଇକେବଇଲେ ମୁଇ ମର୍ ଜିବନ୍ ଦେବାକେ ମନ୍ କଲିନି । ଆରି ମର୍ ଜିବନ୍ ଦାନ୍ କର୍ବି ବଇଲେ ଆରିତରେକ୍ ସେଟା ପାଇବି । 18 ମର୍ ଜିବନ୍ ବିନ୍ ଲକ୍ ନେଇ ନାପାରତ୍ । ସେଟା ମୁଇ ନିଜେ ମନ୍କରି ଦାନ୍ କର୍ବି କି ଆରିତରେକ୍ ଆନ୍ବାକେ ମିସା ମର୍ ଅଦିକାର୍ ଆଚେ । ମର୍ ବାବା ମକେ ଏ ଅଦିକାର୍ ଦେଇଆଚେ ।"