2 ମାତର୍ ଜେ ଦୁଆର୍ ବାଟେ ଜାଇ ମେଣ୍ଡାସାଲେ କେଟ୍ସି, ସେ ମେଣ୍ଡା ରାସିର୍ ଗଉଡ୍ । 3 ଜାଗୁଆଲ୍ ଦୁଆର୍ ଉଗାଡି ଦେଇସି ଆରି ନାଉଁ ଦାରି ଡାକ୍ସି । ମେଣ୍ଡାମନ୍ ତାର୍ ଡାକ୍ଲାଟା ସୁନ୍ବାଇ, ଆରି ସେମନ୍କେ ବାର୍କରାଇ ଦାରିଜାଇସି । 4 ନିଜର୍ ସବୁ ମେଣ୍ଡାମନ୍କେ ବାଇରେ ଆନ୍ବା ବେଲେ, ସେ ଆଗେ ଆଗେ ଇଣ୍ଡ୍ସି ଆରି ମେଣ୍ଡାମନ୍ ତାର୍ ପଚେ ପଚେ ଜିବାଇ । କାଇକେବଇଲେ ମେଣ୍ଡାମନ୍ ତାର୍ ଡାକ୍ଲାଟା ଜାନତ୍ ।