21 ମାର୍ତା ଜିସୁକେ କଇଲା, "ମାପ୍ରୁ ତମେ ଜଦି ଇତି ରଇତାସ୍ ବଇଲେ, ମର୍ ବାଇ ନ ମର୍ତା । 22 ମାତର୍, ମୁଇ ଜାନି ଆଚି । ଏବେ ମିସା ତମେ ପର୍ମେସର୍କେ ଜାଇଟା ମାଙ୍ଗ୍ଲେ, ସେଟା ଦେଇସି ।"
23 ଜିସୁ ତାକେ କଇଲା, "ତର୍ ବାଇ ଆରି ଜିବନ୍ ଅଇ ଉଟ୍ସି ।"
24 ମାର୍ତା ଜିସୁକେ କଇଲା, "ସେ ସାରାସାରି ଦିନେ ଆରିତରେକ୍ ଉଟ୍ବା ବେଲାଇ ଉଟ୍ସି, ଏଟା ମୁଇ ଜାନି ।"
25 ଜିସୁ ତାକେ କଇଲା, "ମୁଇ ଜିବନ୍ ଆରି ମରିକରି ଆରିତରେକ୍ ଉଟ୍ବା ଲକ୍ । ଜେ ମକେ ବିସ୍ବାସ୍ କର୍ସି, ସେ ମଲେ ମିସା, ବଁଚ୍ସି । 26 ଆରି ଜେ ଜଦି ବଁଚି ରଇକରି ବିସ୍ବାସ୍ କର୍ସି, ସେ କେବେ ମିସା ନ ମରେ । ଏ କାତା ବିସ୍ବାସ୍ କଲାସ୍ନି କି ?"
27 ମାର୍ତା ଜିସୁକେ କଇଲା, "ଉଁ ମାପ୍ରୁ, ମୁଇ ବିସ୍ବାସ୍ କଲିନି । ତମେ ସେ ପର୍ମେସରର୍ ପ । ଜନ୍ ମସିଅ ଏ ଜଗତେ ଆଇବାର୍ ରଇଲା, ତମେ ସେ ଆକା ।"