16 ମୁଇ ମର୍ ବାବାକେ ଗୁଆରି କର୍ବି । ଆରି ତମର୍ ସଙ୍ଗ୍ ସବୁବେଲା ରଇବା ପାଇ, ସେ ଗଟେକ୍ ସାଇଜକାରିଆକେ ପାଟାଇସି । 17 ସେ ଅଇଲାନି ସତ୍ ଆତ୍ମା, ଜେକି ସତ୍ସଙ୍ଗ୍ ପର୍ମେସରର୍ ବିସଇ ଦେକାଇସି । ଏ ଦୁନିଆର୍ ଲକ୍ମନ୍ ତାକେ ନ ନାମତ୍, କାଇକେ ବଇଲେ ତାକେ ଦେକତ୍ ନାଇ କି ଜାନତ୍ ନାଇ । ମାତର୍ ତମେ ତାକେ ଜାନି ଆଚାସ୍ । କାଇକେ ବଇଲେ ସେ ତମର୍ ସଙ୍ଗ୍ ଆଚେ ଆରି ତମର୍ ମନ୍ ବିତ୍ରେ ରଇସି ।
18 ମୁଇ ଜେଡେବଲ୍ ଜିବି, ତମ୍କେ ଟୁରା ପିଲାମନର୍ ପାରା କରି ଚାଡି ନ ଜାଇ । ଆରିତରେକ୍ ତମର୍ ଲଗେ ବାଉଡି ଆଇବି । 19 ଚନେକ୍ ଗାଲେ ଦୁନିଆ ଆରି ମକେ ଦେକିନାପାରେ । ମାତର୍ ତମେ ଦେକ୍ସା, କାଇକେ ବଇଲେ ମୁଇ ସବୁବେଲେ ଜିବନ୍ ରଇବି, ଆରି ତମେ ମିସା ଜିବନ୍ ରଇସା । 20 ସେ ଦିନ୍ ଆଇଲେ ତମେ ଜାନ୍ସା, ମୁଇ ବାବାର୍ ଲଗେ, ତମେ ମର୍ ଲଗେ, ଆରି ମୁଇ ତମର୍ ଲଗେ ସବୁବେଲେ ରଇବି ।
21 "ଜେ ମର୍ ଆଦେସ୍ ମାନ୍ସି, ସେ ଆକା ମକେ ଆଲାଦ୍ କର୍ସି । ଜେ ମକେ ଆଲାଦ୍ କର୍ସି, ମର୍ ବାବା ତାକେ ଆଲାଦ୍ କର୍ସି । ମୁଇ ମିସା ତାକେ ଆଲାଦ୍ କରି ନିଜ୍କେ ତାର୍ଟାନେ ଦେକାଇଅଇବି ।"
22 ତାର୍ ପଚେ ଜିଉଦା, ଇସ୍କାରିୟତ୍ ଜିଉଦା ନଏଁ, କଇଲା "ଏ ମାପ୍ରୁ ଏଟା କେନ୍ତି ଅଇସି ? ତମେ ନିଜ୍କେ ଦୁନିଆଇ ଦେକାଇ ନ ଅଇ ଆମର୍ ଲଗେ କେନ୍ତି ଦେକାଇଅଇସା ?"
23 ଜିସୁ ତାକେ କଇଲା, "ଜନ୍ ଲକ୍ ମକେ ଆଲାଦ୍ କର୍ସି ସେ ମୁଇ ସିକାଇବା ବାକିଅ ମାନ୍ସି । ସେନ୍ତି କଲେ ମର୍ ବାବା ପର୍ମେସର୍ ତାକେ ଆଲାଦ୍ କର୍ସି । ବାବା ଆରି ମୁଇ ଆସି ସେ ଲକର୍ ଟାନେ ରଇବୁ । 24 ଜେ ମକେ ଆଲାଦ୍ ନ କରେ, ସେ ମର୍ ବାକିଅ ନ ମାନେ । ଆରି ମୁଇ କଇବା ଏ କାତା ସବୁ ମର୍ତେଇ ଅନି ନଏଁ, ମାତର୍ ମକେ ପାଟାଇଲା ମର୍ ବାବାର୍ ତେଇଅନି କଇଲିନି ।"
25 ମୁଇ ତମର୍ ଲଗେ ରଇକରିସେ ଏ ସବୁ କାତା କଇଲିନି । 26 ମାତର୍ ପର୍ମେସର୍ ଜନ୍ ସାଇଜକାରିଆ ସୁକଲ୍ ଆତ୍ମାକେ ମର୍ ନାଉଁ ଦାରି ତମର୍ ଲଗେ ପାଟାଇସି, ସେ ତମ୍କେ ସବୁ ବିସଇ ସିକାଇଦେଇସି ଆରି ମୁଇ ଜନ୍ ଜନ୍ କାତା କଇଲିଆଚି ସେଟା ସବୁ ତମ୍କେ ଏତାଇ ଦେଇସି ।