ଜିସୁ ସତ୍ ଅଙ୍ଗୁର୍ ମାଲ୍
1 "ମୁଇ ଅଇଲିନି ସତ୍ ଅଙ୍ଗୁର୍ ମାଲ୍ ଆରି ମର୍ ବାବା ଅଇଲାନି ଚାସି । 2 ମର୍ଟାନେ ରଇବା ପିଲ୍କା ମାଲେ ପଲ୍ ନ ଦାର୍ଲେ, ସେ କାଟି ପାକାଇସି । ଆରି ଜନ୍ ମାଲେ ପଲ୍ ଦାର୍ସି ସେ ମାଲ୍ ଅଦିକ୍ ପଲ୍ ଦାର୍ବାକେ ପରିଚଲ୍ କର୍ସି । 3 ମର୍ତେଇ ଅନି ପାଇରଇବା ସିକିଆଇ ଅନି ତମେ ପରିଚଲ୍ ଅଇସାରି ଆଚାସ୍ । 4 ତମେ ମର୍ସଙ୍ଗ୍ ମିସିକରି ରୁଆ । ସେନ୍ତି ବଇଲେ ମୁଇ ମିସା ତମର୍ ସଙ୍ଗ୍ ରଇବି । କେନ୍ଦା ଜଦି ବୁନ୍ଦ୍ସଙ୍ଗ୍ ମିସିକରି ନ ରଇଲେ ନିଜେ ପଲ୍ ନ ଦାରେ, ସେନ୍ତି ତମେ ମିସା ମର୍ତେଇ ମିସି ନ ରଇଲେ, ପଲ୍ ଦାରିନାପାରାସ୍ ।"
5 "ମୁଇ ଅଇଲିନି ମୁଲ୍ ଅଙ୍ଗୁର୍ ମାଲ୍, ତମେ ଅଇଲାସ୍ନି ପିଲ୍କା ମାଲ୍ । ଜେ ମର୍ତେଇ ରଇସି ଆରି ମୁଇ ଜାର୍ତେଇ ରଇବି ସେ ବେସି ପଲ୍ ଦାର୍ସି, କାଇକେ ବଇଲେ ମକେ ଚାଡିକରି ତମେ କାଇଟା କରି ନାପାରାସ୍ ।