ଜିସୁ ସତ୍ ଅଙ୍ଗୁର୍ ମାଲ୍
1 "ମୁଇ ଅଇଲିନି ସତ୍ ଅଙ୍ଗୁର୍ ମାଲ୍ ଆରି ମର୍ ବାବା ଅଇଲାନି ଚାସି । 2 ମର୍ଟାନେ ରଇବା ପିଲ୍କା ମାଲେ ପଲ୍ ନ ଦାର୍ଲେ, ସେ କାଟି ପାକାଇସି । ଆରି ଜନ୍ ମାଲେ ପଲ୍ ଦାର୍ସି ସେ ମାଲ୍ ଅଦିକ୍ ପଲ୍ ଦାର୍ବାକେ ପରିଚଲ୍ କର୍ସି । 3 ମର୍ତେଇ ଅନି ପାଇରଇବା ସିକିଆଇ ଅନି ତମେ ପରିଚଲ୍ ଅଇସାରି ଆଚାସ୍ । 4 ତମେ ମର୍ସଙ୍ଗ୍ ମିସିକରି ରୁଆ । ସେନ୍ତି ବଇଲେ ମୁଇ ମିସା ତମର୍ ସଙ୍ଗ୍ ରଇବି । କେନ୍ଦା ଜଦି ବୁନ୍ଦ୍ସଙ୍ଗ୍ ମିସିକରି ନ ରଇଲେ ନିଜେ ପଲ୍ ନ ଦାରେ, ସେନ୍ତି ତମେ ମିସା ମର୍ତେଇ ମିସି ନ ରଇଲେ, ପଲ୍ ଦାରିନାପାରାସ୍ ।"
5 "ମୁଇ ଅଇଲିନି ମୁଲ୍ ଅଙ୍ଗୁର୍ ମାଲ୍, ତମେ ଅଇଲାସ୍ନି ପିଲ୍କା ମାଲ୍ । ଜେ ମର୍ତେଇ ରଇସି ଆରି ମୁଇ ଜାର୍ତେଇ ରଇବି ସେ ବେସି ପଲ୍ ଦାର୍ସି, କାଇକେ ବଇଲେ ମକେ ଚାଡିକରି ତମେ କାଇଟା କରି ନାପାରାସ୍ । 6 ଜେ ମର୍ତେଇ ନ ରଏ, ତାକେ ଗଟେକ୍ ଗର୍ଣ୍ଡି କରି ପିଙ୍ଗ୍ଲା ମାଲ୍ପାରା ବାଇରେ ପିଙ୍ଗି ଦେବାଇ ଆରି ସେଟା ସୁକି ଜାଇସି । ଏନ୍ତାରି ମାଲ୍ମନ୍କେ ଟୁଲିଆଇ ଜଇତେଇ ପିଙ୍ଗି ଦେବାଇ ଆରି ସେଟା ପଡି ଜାଇସି । 7 ଜଦି ତମେ ମର୍ସଙ୍ଗ୍ ମିସିକରି ରଇସା ଆରି ମର୍ ବାକିଅ ତମର୍ ମନେ ରଇସି, ତମେ ମନ୍କରି କାଇ ବିସଇ ମାଙ୍ଗ୍ସା ବଇଲେ ସେଟା ମିଲାଇସା । 8 ତମେ ବେସି ପଲ୍ ଦାର୍ଲେ, ମର୍ ବାବା ଡାକ୍ପୁଟା ପାଇସି, ଆରି ଇତିଅନି ତମେ ମର୍ ସତ୍ ସିସ୍ମନ୍ ବଲି ଜାନ୍ବାଇ ।