7 ମୁଇ ତମ୍କେ ସତ୍କାତା କଇଲିନି, ମୁଇ ଉଟିଜିବା ବିସଇ ତମର୍ ପାଇ ଗଟେକ୍ ମଙ୍ଗଲର୍ ବିସଇ ଅଇସି । କାଇକେ ବଇଲେ ମୁଇ ନ ଗାଲେ ସାଇଜକାରିଆ ତମର୍ଟାନେ ନ ଆସେ, ମୁଇ ଗାଲେ ତାକେ ତମର୍ଟାନେ ପାଟାଇଦେବି । 8 ସେ ଆସିକରି ଦୁନିଆର୍ ଲକ୍ମନ୍କେ ପାପ୍, ଦରମ୍ ଆରି ନିଆଇ ବିସଇର୍ ସାକି ଦେଇସି । 9 ଏ ଦୁନିଆର୍ ଲକ୍ମନ୍ ପାପ୍ ବିସଇ ବୁଲ୍ ବୁଜ୍ଲାଇ ଆଚତ୍ । ସେ ଦେକାଇ ଦେଇସି ଜେ, ମକେ ବିସ୍ବାସ୍ ନ କର୍ବାଟାସେ ପାପ୍ ।
Publicidade
Publicidade