20 "ମୁଇ ଅବ୍କା ଏ ସିସ୍ମନର୍ ଲାଗିସେ ପାର୍ତନା କରିନାଇ, ମାତର୍ ଏ ଲକ୍ମନ୍ ଜାନାଇବା କାତାଇଅନି ଜନ୍ ଲକ୍ମନ୍ ମକେ ବିସ୍ବାସ୍ କର୍ବାଇ, ସେ ଲକ୍ମନର୍ ପାଇ ମିସା ପାର୍ତନା କଲିନି । 21 ଏ ବାବା ତମେ ଜେନ୍ତାରି ମର୍ଟାନେ ମିସି ଗଟେକ୍ ଅଇଆଚାସ୍, ଆରି ମୁଇ ତମର୍ଟାନେ ମିସିକରି ଗଟେକ୍ ଅଇଆଚି । ସେନ୍ତାରିସେ ସେମନ୍ ମିସା ସେମନର୍ ବିତ୍ରେ ମିସିକରି ଗଟେକ୍ ଅଇ ରଇବାକେ ମୁଇ ପାର୍ତନା କଲିନି । ଜେନ୍ତିକି ତମେସେ ମକେ ପାଟାଇ ଆଚାସ୍ ବଲି ଏ ଦୁନିଆ ବିସ୍ବାସ୍ କର । 22 ଜେନ୍ତି ତମର୍ ଡାକ୍ପୁଟା ମକେ ଦେଇଆଚାସ୍, ସେନ୍ତି ସେଟା ମୁଇ ସେମନ୍କେ ଦେଇଆଚି । ତେବେ ଆମେ ଗଟେକ୍ ଅଇରଇଲାପାରା, ସେମନ୍ମିସା ସେମନର୍ ବିତ୍ରେ ଗଟେକ୍ ଅଇରଇବାଇ । 23 ତମେ ଜେନ୍ତି ମର୍ଟାନେ ଆଚାସ୍, ସେନ୍ତି ମୁଇ ମିସା ତାକର୍ ଟାନେ ରଇବି । ସେନ୍ତି ରଇଲେ ଆକା ସେମନ୍ ପୁରାପୁରୁନ୍ ଗଟେକ୍ ଅଇ ରଇବାଇ । ଏନ୍ତି ଅଇଲେ ଦୁନିଆ ଜାନ୍ସି ଜେ, ତମେ ମକେ ପାଟାଇ ଆଚାସ୍, ଆରି ମକେ ଜେନ୍ତି ଆଲାଦ୍ କଲାସ୍ନି, ସେମନ୍କେ ମିସା ସେନ୍ତିସେ ଆଲାଦ୍ କଲାସ୍ନି ।"
Publicidade
Publicidade