10 ସେବେଲାଇ ପିଲାତ୍ ତାକେ କଇଲା, "ତୁଇ କାଇ ମର୍ ସଙ୍ଗ୍ କାତା ନ ଅଉସ୍ କି ? ତକେ ମୁକ୍ଲାଇବାର୍ ମର୍ ଅଦିକାର୍ ଆଚେ ଆରି କୁର୍ସେ ଚଗାଇବାର୍ ମିସା ମର୍ ଅଦିକାର୍ ଆଚେ । ଏଟା ତୁଇ ନାଜାନୁସ୍ କି ?"
11 ଜିସୁ ତାକେ କଇଲା, "ପର୍ମେସର୍ ତକେ ଦେଲାକେସେ ମର୍ ଉପ୍ରେ ତର୍ ଅଦିକାର୍ ଆଚେ, ମାତର୍ ତର୍ଟାନେ ମକେ ଜେ ସର୍ପି ଦେଲାଆଚେ, ତାର୍ ପାପ୍ ଅଦିକ୍ ଜବର୍ ।"