25 ଜିସୁର୍ କୁର୍ସ ଲଗେ ତାର୍ ଆୟା ମରିୟମ୍, ତାର୍ ଆୟାର୍ ବଇନି, କଲ୍ପାର୍ ମାଇଜି ମରିୟମ୍ ଆରି ମଗ୍ଦଲିନି ମରିୟମ୍ ଟିଆଅଇ ରଇଲାଇ । 26 ଜିସୁ ବେସି ଆଲାଦ୍ କର୍ବା ଗଟେକ୍ ସିସ୍ ତାର୍ ମାଆର୍ ଲଗେ ଟିଆ ଅଇରଇଲାଟା ଦେକି ଜିସୁ ତାର୍ ମାକେ କଇଲା, "ଏଦେ ଦେକା ! ତର୍ ପଅ !"
27 ତାର୍ ପଚେ ସେ ସିସ୍କେ କଇଲା "ଏଦେ ଦେକା ! ତର୍ ଆୟା !" ସେଦିନେ ଅନି ସେ ସିସ୍ ଜିସୁର୍ ମାକେ ନିଜର୍ ଗରେ ଡାକିନେଲା ।