4 ପିଲାତ୍ ଆରି ତରେକ୍ ଡାଣ୍ଡେ ବାରଇକରି ରୁଣ୍ଡିରଇଲା ଲକ୍ମନ୍କେ କଇଲା, "ଦେକା, ଏବେ ମୁଇ ତାକେ ଦସି କର୍ବାକେ କାଇ ବୁଲ୍କଲାଟା ମିଲେନାଇ । ଏଟାର୍ପାଇ ତମର୍ ଲଗେ ଆନ୍ବି । ଜେନ୍ତିକି ତମେ ଜାନ୍ବାର୍ ଆଚେ ।" 5 ସେବେଲା ଜିସୁ କାଟାର୍ ମୁକୁଟ୍ ଆରି ଜାମ୍କଲି ରଙ୍ଗର୍ ପଚିଆ ପିନ୍ଦି ଡାଣ୍ଡେ ଆଇଲା । ପିଲାତ୍ ସେମନ୍କେ କଇଲା, "ଏଦେ ଦେକା ! ଏଦେ ସେ ଲକ୍ !"
6 ତାକେ ଦେକ୍ଲା ଦାପ୍ରେ ମୁକିଅ ପୁଜାରିମନ୍ ଆରି ମନ୍ଦିର୍ ଜାଗୁଆଲ୍ମନ୍ ଆଉଲିଅଇକରି କଇଲାଇ, "ତାକେ କୁରୁସେ ଚଗାଆ ! ତାକେ କୁର୍ସେ ଚଗାଆ !" ବଲି । ପିଲାତ୍ କଇଲା, "ତମେ ତାକେ ନେଇକରି କୁର୍ସେ ଚଗାଆ, କାଇକେ ବଇଲେ, ମୁଇ ତାର୍ଟାନେ କାଇ ବୁଲ୍ ମିସା ଦେକିନାଇ ।"