କାନା ଗଡେ ବିବା
1 ଦୁଇ ଦିନ୍ ପଚେ ଗାଲିଲି ଦେସର୍ କାନା ନାଉଁର୍ ଗଡେ ଗଟେକ୍ ବିବା ଅଇତେ ରଇଲା । ସେ ବିବାତେଇ ଜିସୁର୍ ମାଆ ମରିୟମ୍ ରଇଲା । 2 ଜିସୁ ଆରି ତାର୍ ସିସ୍ମନ୍କେ ମିସା ସେ ବିବାତେଇ ଡାକି ରଇଲାଇ । 3 ବଜି ନ ସାର୍ତେ ଅଙ୍ଗୁର୍ ରସ୍ ସାରିଗାଲାକେ ଜିସୁର୍ ମାଆ ଆସି ତାକେ କଇଲା, "ସେମନର୍ ଅଙ୍ଗୁର୍ ରସ୍ ସାରିଗାଲାବେ ।" 4 ଜିସୁ ତାକେ କଇଲା, "ଏ ମାଆ, ମର୍ଟାନେ ତର୍ କାଇଟା ଆଚେ ? ତୁଇ ମକେ କାଇଟା ମିସା କର୍ବାକେ କଅ ନାଇ । ମର୍ ବେଲା ଏବେ ଜାକ ଆସେ ନାଇତା ।"
5 ଜିସୁର୍ ମା ବାଣ୍ଡାର୍ଗରିଆମନ୍କେ କଇଲା, "ଜିସୁ ତମ୍କେ ଜାଇଟା କଇସି ସେଟା କରା ।"
6 ସେ ଜାଗାଇ ବଡ୍ ବଡ୍ ପାକ୍ନା ସଙ୍ଗ୍ ତିଆର୍ କଲା ଚଅଟା କୁଣ୍ଡ୍ ରଇଲା । ଜିଉଦି ଲକ୍ମନ୍ ସୁକଲ୍ ଅଇବାକେ ସେମନର୍ ରିତିନିତି ଇସାବେ ଏ କୁଣ୍ଡର୍ ପାନି କାମେ ଲାଗାଇତେ ରଇଲାଇ । ଗଟେକ୍ ଗଟେକ୍ କୁଣ୍ଡେ ସଏ ଲିଟର୍ ଲାକା ପାନି ଦାର୍ତେ ରଇଲା । 7 ଜିସୁ ବାଣ୍ଡାର୍ଗରିଆମନ୍କେ "ସେ କୁଣ୍ଡ୍ମନ୍କେ ପାନି ବର୍ତି କରା" ବଲି କଇଲା ଆରି ସେମନ୍ ସେ ସବୁ କୁଣ୍ଡେ ପାନି ବର୍ତି କଲାଇ । 8 ତାର୍ ପଚେ ଜିସୁ ସେମନ୍କେ ତେଇର୍ ପାନି ଡୁମିନେଇ ବଜି ଦାଇତେ ରଇଲା ଲକ୍କେ ଦିଆସ୍ ବଲି କଇଲା । ସେମନ୍ ତେଇର୍ ପାନି ଡୁମି ନେଇ ତାକେ ଦେଲାଇ । 9 ମାତର୍ ସେ ସବୁ ପାନି ଅଙ୍ଗୁର୍ ରସ୍ ଅଇଜାଇରଇଲା । ବଜି ଦାଇତେ ରଇଲା ଲକ୍ ଅଙ୍ଗୁର୍ ରସ୍ କନ୍ତିଅନି ବଲି ଜାନି ନ ରଇଲା । ମାତର୍ ସେ ପାନି ଡୁମି ନେଲା ଲକ୍ମନ୍ ଜାନି ରଇଲାଇ, ପଚେ ସେ ଲକ୍ ଚାକି କରି ଏ ରସ୍ କନ୍ତିଅନି ଆନ୍ଲାଇ ବଲି ବିବା ଅଇବା ଦାଙ୍ଗ୍ଡାକେ ଡାକି ପାଚାର୍ଲା, 10 "ଲକ୍ମନ୍ ସବୁ ବେଲା ପର୍ତୁମ୍ ପର୍ତୁମ୍ କାଇବାକେ ନିମାନ୍ ଅଙ୍ଗୁର୍ ରସ୍ ଦେବାଇ । ଆରି ଗତିଆ ଲକ୍ମନ୍ କାଇ ପୁରୁନ୍ ଅଇଲା ପଚେ ଚପ୍ରାଟା ଦେବାଇ । ମାତର୍ ତମେ ଏବେ ସାରାସାରି ଜାକ ନିମାନ୍ ଅଙ୍ଗୁର୍ ରସ୍ କନ୍ତି ସଙ୍ଗଇ ରଇଲାସ୍ ?"
11 ଏଟା ଜିସୁ ପର୍ତୁମ୍ କଲା କାବାଅଇଜିବା କାମ୍ । ସେଟା ଗାଲିଲି ଦେସର୍ କାନା ନଅରେ କରିରଇଲା । ଏନ୍ତି କରି ତାର୍ ମଇମା ଦେକାଇଲା ଆରି ତାର୍ ସିସ୍ମନ୍ ତାକେ ବିସ୍ବାସ୍ କଲାଇ ।