13 ସେ ବେଲା ଜିଉଦି ଲକ୍ମନର୍ ନିସ୍ତାର୍ ପରବ୍ କେଟି ଆଇତେ ରଇଲା । ସେଟାର୍ପାଇଁ ଜିସୁ ଜିରୁସାଲମେ ଗାଲା । 14 ତେଇ ସେ ମନ୍ଦିର୍ ବିତ୍ରେ, ଲକ୍ମନ୍ ଗରୁଗାଇ ମେଣ୍ଡା, ଆରି ପାରୁଆମନ୍ ବେବାର୍ କର୍ବାଟା, ଆରି ବିନ୍ ଦେସର୍ ଡାବୁ ବାଦ୍ଲାଉମନ୍ ସେମନର୍ ଟେବୁଲେ ବସିରଇଲାଟା ଦେକ୍ଲା । 15 ତେଇ ଜିସୁ କସିରା ସଙ୍ଗ୍ କର୍ଡା ତିଆର୍ କରି ମେଣ୍ଡା ଆରି ଗରୁମନର୍ ସଙ୍ଗ୍ ସବୁ ଲକ୍ମନ୍କେ ମନ୍ଦିରେଅନି ବାର୍କରାଇ ଦେଲା । ଆରି ଲକ୍ମନର୍ତେଇ ଅନି ବାଦ୍ଲାଇ ନେବା ଡାବୁ ସବୁ ବିଚିଦେଇ ସେମନର୍ ଟେବୁଲ୍ ପାସ୍ଲାଇ ଦେଲା । 16 ପରୁଆ ବିକ୍ବା ଲକ୍ମନ୍କେ କଇଲା, "ଏ ସବୁ ଦିନ୍ସୁ ଇତିଅନି ଦାରିଜା । ମର୍ ବାବାର୍ ଗରେ ଗେନା ବିକା ଜାଗା ପାରା କରାନାଇ ।" 17 ଏ ସବୁ ଗଟ୍ନା ଅଇବାବେଲେ ଜିସୁର୍ ସିସ୍ମନ୍ ପର୍ମେସରର୍ ସାସ୍ତରେ ଲେକାଅଇଲା ଗଟେକ୍ ବାକିଅ ଏତାଇଲାଇ । ତମର୍ ଗରର୍ ପାଇ ରଇବା ମର୍ ବକ୍ତି, ମର୍ ମନ୍ ବିତ୍ରେ ଜଇ ଲାଗ୍ଲା ପାରା ଲାଗ୍ଲାନି ।
Publicidade
João 2
ଜିସୁ ଜିରୁସାଲମ୍ ମନ୍ଦିରେ ଗାଲା
Veja também
Publicidade