ମଗ୍ଦଲିନି ମରିୟମ୍କେ ଜିସୁ ଦେକାଇଅଇଲାଇ
11 ମାତର୍ ମରିୟମ୍ ଜିସୁର୍ ଗାଗଡ୍ ସଙ୍ଗଇରଇଲା ପାଆର୍ ଲଗେ ଟିଆଅଇ କାନ୍ଦ୍ତେ ରଇଲା । ସେ କାନ୍ଦି କାନ୍ଦି ଲଇଁକରି ପାଆର୍ ବିତ୍ରେ ଦେକ୍ଲା, 12 ଆରି ଏଦେ ଦେକା ! ତେଇ ଦବ୍ପଚିଆ ପିନ୍ଦିରଇବା ଦୁଇଟା ସରଗର୍ ଦୁତ୍ମନ୍ ଜିସୁକେ ଜନ୍ ଜାଗାଇ ସଙ୍ଗଇରଇଲାଇ, ଗଟେକ୍ ଲକ୍ ମୁଣ୍ଡ୍ବାଟେ ଆରିଗଟେକ୍ ଲକ୍ ଗଡ୍ବାଟେ ବସିରଇଲାଟା ଦେକ୍ଲା । 13 ସେମନ୍ ମରିୟମ୍କେ ପାଚାର୍ଲାଇ, "ତୁଇ କାଇକେ ମା କାନ୍ଦ୍ଲୁସ୍ନି ?" ମରିୟମ୍ କଇଲା, " ସେମନ୍ ମର୍ ମାପ୍ରୁର୍ ଗାଗଡ୍ କେନେକି ଦାରିଗାଲାଇ ଆଚତ୍ । ଆରି ସେମନ୍ ତାକେ କନ୍ତି ସଙ୍ଗଇଲାଇ ଆଚତ୍ ସେଟା ମୁଇ ନାଜାନି ।" 14 ସେ ଏନ୍ତି କଇକରି ପାସଲ୍ଲା ବେଲେ, ତେଇ ଜିସୁ ଟିଆଅଇ ରଇଲାଟା ଦେକ୍ଲା । ମାତର୍ ମରିୟମ୍ ତାକେ ଜିସୁ ବଲି ଚିନି ନାପାର୍ଲା । 15 ଜିସୁ ତାକେ ପାଚାର୍ଲା "ଏ ମାଆ ତୁଇ କାଇକେ କାନ୍ଦ୍ଲୁସ୍ନି ? ତୁଇ କାକେ କଜ୍ଲୁସ୍ନି ?" ମରିୟମ୍ ଏ ଲକ୍ ବାଡର୍ କାମ୍ କରୁ ମାଲି ବଲି ବାବିକରି ତାକେ କଇଲା, "ଏ ଆଗିଆଁ, ତୁଇ କାଇ ଜିସୁର୍ ଗାଗଡ୍ ନେଇ ଆଚୁସ୍ କି ? ତାକେ ତୁଇ କନ୍ତି ସଙ୍ଗଇ ଆଚୁସ୍ ? ମକେ କଇଦେ, ମୁଇ ଜାଇକରି ତାକେ ଦାରିଜିବି ।"
16 ଜିସୁ ତାକେ "ମରିୟମ୍ !" ବଲି ଡାକ୍ଲା । ମରିୟମ୍ ତାର୍ ବାଟେ ପାସ୍ଲି କରି "ରାବ୍ବୁନି !" ବଲି ଏବ୍ରି ବାସାଇ କଇଲା । ଏଟାର୍ ଅରତ୍ ଅଇଲାନି ଗୁରୁ ।
17 ଜିସୁ ତାକେ କଇଲା, "ମକେ ଦାରି ର ନାଇ, ଏବେ ଜାକ ମୁଇ ବାବା ପର୍ମେସର୍ ଲଗେ ଜାଇନାଇ । ମାତର୍ ତୁଇ ଜାଇକରି ମର୍ ବାଇମନ୍କେ କଅ, ମୁଇ, ମର୍ ବାବା ଆରି ସେମନର୍ ବାବା, ମର୍ ପର୍ମେସର୍ ଆରି ସେମନର୍ ପର୍ମେସରର୍ ଲଗେ ବାଉଡି ଗାଲିନି ।" 18 ମଗ୍ଦଲିନି ମରିୟମ୍ ସିସ୍ମନର୍ ଲଗେ ବାଉଡି ଗାଲା ଆରି କଇଲା "ମୁଇ ମାପ୍ରୁକେ ଦେକ୍ଲି ଆଚି ।" ଆରି ଜିସୁ କଇଲା ସବୁ କାତା ସିସ୍ମନ୍କେ କଇଦେଲା ।