ଜିସୁ ନିଜ୍କେ ସିସ୍ମନ୍କେ ଦେକାଇଅଇଲାଇ
19 ସେ ଦିନ୍ ଆଟର୍ ପର୍ତୁମ୍ ଦିନ୍ ଅଇରଇଲା । ସଞ୍ଜ୍ ବେଲା ସବୁ ସିସ୍ମନ୍ ଗଟେକ୍ ତେଇ ରୁଣ୍ଡ୍ଲାଇ । ସେମନ୍ ଜିଉଦି ନେତାମନ୍କେ ଡରିକରି ଗରର୍ କାପାଟ୍ ସବୁ ଡାବିଅଇଦେଇ ରଇଲାଇ । ସେ ବେଲା, ଏଦେ ଦେକା ! ଜିସୁ ଅଟାତ୍ ସେମନ୍କେ ଦେକାଇଅଇକରି ସେମନ୍ ଟିଆଅଇଲା ଜାଗାଇ "ତମ୍କେ ସାନ୍ତି ମିଲ !" ବଲି କଇଲା । 20 ଜିସୁ ଏ କାତା କଇଲା ପଚେ ନିଜର୍ ଆତ୍ ଆରି ପାଞ୍ଜ୍ରା ଦେକାଇଲା । ସିସ୍ମନ୍ ମାପ୍ରୁକେ ଦେକିକରି ବେସି ସାର୍ଦା ଅଇଗାଲାଇ । 21 ଜିସୁ ଆରି ତରେକ୍ ସେମନ୍କେ କଇଲା "ତମ୍କେ ସାନ୍ତି ମିଲ ! ବାବା ପର୍ମେସର୍ ମକେ ଜେନ୍ତି ପାଟାଇଆଚେ, ସେନ୍ତିସେ ମୁଇ ତମ୍କେ ପାଟାଇଲିନି ।" 22 ତାର୍ ପଚେ ଜିସୁ ସେମନର୍ ଉପ୍ରେ ପୁଣ୍ଡ୍ଲା ଆରି "ତମେ ସୁକଲ୍ ଆତ୍ମାକେ ନାମା !" 23 ୨୦:୨୩ ମାତିଉ ୧୬:୧୯;୧୮:୧୮" ଜଦି ତମେ ଲକ୍ମନର୍ ପାପ୍ କେମା କର୍ସା ବଇଲେ, ପର୍ମେସର୍ ମିସା ସେମନର୍ ପାପ୍ କେମା ଦେଲା ଆଚେ । ଜଦି ତମେ ଲକ୍ମନର୍ ପାପ୍ କେମା ନ କରାସ୍ ବଇଲେ ପର୍ମେସର୍ ମିସା ସେମନର୍ ପାପ୍ କେମା ନ କରେ ।" ବଲି କଇଲା ।