ଜିସୁ ତମାକେ ଦେକାଇଅଇଲା ।
24 ଜିସୁର୍ ବାର୍ଟା ସିସ୍ମନର୍ ବିତ୍ରେଅନି ତମା ଜାକେକି ଜଅଁଲା ବଲି ଡାକ୍ବାଇ, ଜିସୁ ସିସ୍ମନ୍କେ ଦେକାଇଅଇଲା ବେଲେ ସେ ନ ରଇଲା । 25 ସେଟାର୍ ପାଇ ତେଇ ରଇଲା ବିନ୍ ସିସ୍ମନ୍ ତମା ଆଇଲା ପଚେ କଇଲାଇ, ଆମେ ମାପ୍ରୁକେ ଦେକ୍ଲୁ ଆଚୁ । ମାତର୍ ତମା କଇଲା, "ମୁଇ ତାର୍ ଆତେ କୁଟିର୍ ଚିନ୍ ନ ଦେକ୍ତେ ଆରି ସେ ଚିନେ ମର୍ ଆଙ୍ଗ୍ଟି ନ ଚିଙ୍ଗ୍ଲାଇବା ଜାକ ଆରି ତାର୍ ପାଞ୍ଜ୍ରାଇ ଆତ୍ ନ ପୁରାଇବା ଜାକ ବିସ୍ବାସ୍ ନ କରି ।"
26 ଗଟେକ୍ ଆଟ୍ ଗାଲା ପଚେ ସିସ୍ମନ୍ ଆରି ତରେକ୍ ଗର୍ ବିତ୍ରେ ରଇଲାଇ, ତମା ମିସା ସେମନର୍ ସଙ୍ଗ୍ ତେଇ ରଇଲା । କାପାଟେ ଗାଡା ଦେଇରଇଲାଇ । ମାତର୍ ଏଦେ ଦେକା ! ଆଗ୍ତୁର୍ ପାରା ଜିସୁ ଗର୍ ବିତ୍ରେ ପୁରିକରି ସେମନର୍ ମଜାଇ ଟିଆଅଇକରି କଇଲା, "ତମ୍କେ ସାନ୍ତି ମିଲ !" 27 ତାର୍ ପଚେ ଜିସୁ ତମାକେ କଇଲା, "ତର୍ ଆଙ୍ଗ୍ଟି ଇତି ସଙ୍ଗଇ ମର୍ ଆତ୍ ଦେକ୍, ଆରି ମର୍ ପାଞ୍ଜ୍ରାଇ ଆତ୍ ପୁରାଇ ଦେକ୍ । ଆରି କେବେ ମିସା ବିସ୍ବାସ୍ କରିନାଇ ବଲି କଅ ନାଇ, ମାତର୍ ବିସ୍ବାସ୍ କର୍ ।" 28 ତମା ଜିସୁକେ କଇଲା, "ଏ ମର୍ ମାପ୍ରୁ, ଏ ମର୍ ପର୍ମେସର୍ !"
29 ଜିସୁ ତାକେ କଇଲା, "ତୁଇ ମକେ ଦେକିକରି ବିସ୍ବାସ୍ କଲୁସ୍ନି କି ? ମାତର୍ ଜନ୍ ଲକ୍ମନ୍ ମକେ ନ ଦେକିକରି ମିସା ବିସ୍ବାସ୍ କଲାଇନି, ସେମନ୍ କେତେ ସାର୍ଦା ପାଇବାଇ ! "