3 ଜିସୁ ତାକେ କଇଲା, "ମୁଇ ତକେ ସତ୍ କାତା କଇଲିନି, ଆରିତରେକ୍ ଜନମ୍୩:୩ ଆରିତରେକ୍ ଜନମ୍ ପର୍ମେସରର୍ ଟାନେ ଜାତ୍ ଅଇବାଟା ନ ଅଇଲେ କେ ମିସା ପର୍ମେସରର୍ ରାଇଜ୍ ଦେକି ନାପାରତ୍ ।"
4 ନିକଦିମ ତାକେ ପାଚାର୍ଲା, "ଡକ୍ରା ଅଇଲା ଲକ୍ କେନ୍ତି ଆରି ତରେକ୍ ଜନମ୍ ଅଇସି ? ସେ ଆରି ତରେକ୍ ମାଆର୍ ପେଟ୍ ବିତ୍ରେ ଜାଇକରି ଜନମ୍ ଅଇସି କି ? ନାଇ ଅଇ ନଏଁ ।"
5 ଜିସୁ ତାକେ କଇଲା, "ମୁଇ ତକେ ସତ୍କାତା କଇଲିନି, ଗଟେକ୍ ଲକ୍ ପାନି ଆରି ଆତ୍ମାଇଅନି ଜନମ୍ ନ ଅଇଲେ, ପର୍ମେସରର୍ ରାଇଜେ ଜାଇ ନାପାରେ ।