5 ଜିସୁ ତାକେ କଇଲା, "ମୁଇ ତକେ ସତ୍କାତା କଇଲିନି, ଗଟେକ୍ ଲକ୍ ପାନି ଆରି ଆତ୍ମାଇଅନି ଜନମ୍ ନ ଅଇଲେ, ପର୍ମେସରର୍ ରାଇଜେ ଜାଇ ନାପାରେ । 6 ଗଟେକ୍ ନର୍ ଲକ୍ ତାର୍ ନର୍ ମାଆ ବାବାର୍ତେଇଅନି ଜନମ୍ ଅଇସି । ମାତର୍ ସୁକଲ୍ ଆତ୍ମା ତାର୍ ଆତ୍ମାଇ ନୁଆ ଜିବନ୍ ଦେଇସି । 7 ସେଟାର୍ପାଇଁ ମୁଇ ତକେ ଆରିତରେକ୍ ଜନମ୍ ଅଇବାକେ ଅଇସି ବଲି କଇବା ବିସଇ ସୁନି କାବାଅଇଜାଆ ନାଇ ।
Publicidade