31 ଏତ୍କି ବିତ୍ରେ ସିସ୍ମନ୍ ଜିସୁକେ "ଏ ଗୁରୁ କାଇଟା ଆଲେ ଅଲପ୍ କାଆ ।" ବଲି ବାବୁଜିଆ କଲାଇ ।
32 ମାତର୍ ଜିସୁ ସେମନ୍କେ କଇଲା, "ମର୍ ଲଗେ ଜନ୍ କାଦି ଆଚେ, ସେ କାଦିର୍ ବିସଇ ତମେ ନାଜାନାସ୍ ।"
33 ସେଟାର୍ ପାଇ ସିସ୍ମନ୍ ନିଜର୍ ନିଜର୍ ବିତ୍ରେ କୁଆବଲା ଅଇଲାଇ, "ତାର୍ପାଇ କେ କାଦି ଆନିଦେଲାଇ ଆଚତ୍ କି ?"
34 ଜିସୁ ସେମନ୍କେ କଇଲା, "ମକେ ପାଟାଇରଇବା ପର୍ମେସର୍ ମନ୍କଲାଟା ମାନିକରି ଆରି ସେ ଦେଇରଇବା କାମ୍ ପୁରାପୁରୁନ୍ କର୍ବାଟାସେ ମର୍ କାଦି ।