46 ୪:୪୬ ଜଅନ୍ ୨:୧-୧୧ ଜିସୁ ଗାଲିଲିର୍ କାନା ନାଉଁର୍ ଗଡେ ଆରି ତରେକ୍ ଗାଲା । ସେ ଗଡେସେ ପାନି ଅଙ୍ଗୁର୍ ରସ୍ କରିରଇଲା । ତେଇ ରମିଅ ସାସନ୍କାରିଆର୍ ଗଟେକ୍ ମୁକିଅ ଲକର୍ ପଅ କପର୍ନାଉମେ ଜର୍ ଅଇରଇଲା । 47 ଜିସୁ ଜିଉଦାଇ ଅନି ଗାଲିଲି ଆଇଲା ଆଚେ ବଲି ସୁନିକରି ଜର୍ ଅଇଲା ପିଲାର୍ ବାବା ତାର୍ ଲଗେ ଗାଲା । ମର୍ବା ସମାନ୍ ଅଇରଇବା ପିଲାକେ ନିମାନ୍ କର୍ବାକେ କପର୍ନାଉମେ ଜୁ ବଲି ଜିସୁକେ ଜୁଆର୍ ବିଆର୍ କଲା । 48 ଜିସୁ ତାକେ କଇଲା, "ତମେ କାବା ଅଇଜିବାଟା ଆରି କେବେ ନ ଅଇଲା ପାରା କାମର୍ ଚିନ୍ମନ୍ ନ ଦେକ୍ଲେ କେବେ ମିସା ମକେ ବିସ୍ବାସ୍ ନ କରାସ୍ ।"
49 ସେ ଲକ୍ ତାକେ କଇଲା, "ଏ ଗୁରୁ, ମର୍ ପିଲା ନ ମର୍ବା ଆଗ୍ତୁ ତମେ ମର୍ ସଙ୍ଗ୍ ଆସା ।"
50 ଜିସୁ ତାକେ କଇଲା, "ଏବେ ତୁଇ ତର୍ ଗରେ ଜା, ତର୍ ପିଲା ଜିବନ୍ ଅଇଗାଲାବେ ।" ସେ ଲକ୍ ଜିସୁ କଇରଇବା କାତା ବିସ୍ବାସ୍ କରି ବାଉଡିଗାଲା । 51 ସେ ଗରେ ଗାଲାବେଲେ ତାର୍ କେତେଟା ଗତି ଦାଙ୍ଗ୍ଡାମନ୍ ତାକେ ବେଟ୍ପାଇକରି, "ତର୍ ପିଲା ନିମାନ୍ ଅଇଲାବେ" ବଲି କଇଲାଇ ।
52 ସେ ଲକ୍ ତାର୍ ଗତିଦାଙ୍ଗ୍ଡାମନ୍କେ ପାଚାର୍ଲା, "ପିଲା କେଡେବେଲେ ନିମାନ୍ ଅଇଲା ?" ଗତିଦାଙ୍ଗ୍ଡାମନ୍, "କାଲି ଗଁଟେ ବେଲେ ନିମାନ୍ ଅଇଲା" ବଲି କଇଲାଇ । 53 ଜିସୁ ଟିକ୍ ସେବେଲାସେ ତର୍ ପିଲା ନିମାନ୍ ଅଇଲାବେ ବଲି କଇରଇଲାଟା ସେ ମୁକିଅ ଲକ୍ ମନେପାକାଇଲା । ସେଟାର୍ପାଇଁ ସେ ଲକ୍ ଆରି ତାର୍ ଗରର୍ ସବୁ ଲକ୍ ଜିସୁକେ ବିସ୍ବାସ୍ କଲାଇ ।
54 ଜିସୁ ଜିଉଦାଇ ଅନି ଗାଲିଲି ଦେସେ ଆଇଲା ପଚେ ଏଟାସଙ୍ଗ୍ ଦୁଇପାଲି କାବାଅଇଜିବା କାମ୍ କରି ରଇଲାଟା ।