21 ବାବା ପର୍ମେସର୍ ଜେନ୍ତି ମଲାଲକ୍ମନ୍କେ ଜିବନ୍ କରି ଉଟାଇସି, ସମାନ୍ ସେନ୍ତି ମୁଇ ମିସା ତାର୍ ପିଲା ଜାକେ ଜାକେ ମନ୍ କର୍ବି, ସେମନ୍କେ ମଲାତେଇଅନି ଉଟାଇବି । 22 ବାବା ପର୍ମେସର୍ କାକେ ମିସା ତାର୍ ପାପ୍ କାମ୍ଲାଗି ବିଚାର୍ ନ କରେ । ମାତର୍ ସବୁ ଲକ୍ମନର୍ ବିଚାର୍ କର୍ବା ପୁରାପୁରୁନ୍ ଅଦିକାର୍ ତାର୍ ପିଲା ମକେ, ଦେଲା ଆଚେ । 23 ତେବେ ସବୁ ଲକ୍ମନ୍ ବାବାକେ ଜେନ୍ତି ସନ୍ମାନ୍ ଦେଲାଇନି, ସେନ୍ତିସେ ତାର୍ ପିଲା ମକେ ମିସା ସନ୍ମାନ୍ ଦେବାଇ । ଜଦି ଜନ୍ ଲକ୍ମନ୍ ତାର୍ ପିଲା ମକେ ସନ୍ମାନ୍ ଦେଅତ୍ ନାଇ, ସେମନ୍ ମକେ ପାଟାଇଲା ବାବାକେ ମିସା ସନ୍ମାନ୍ ଦେଅତ୍ ନାଇ ।
24 "ମୁଇ ତମ୍କେ ସତ୍ କଇଲିନି, ଜେ ମର୍ କାତା ସୁନି ମକେ ପାଟାଇଲା ପର୍ମେସର୍କେ ବିସ୍ବାସ୍ କର୍ସି, ସେ ନ ସାର୍ବା ଜିବନ୍ ପାଇସି । ଆରି ସେ ବିଚାର୍ନା କରାଇ ନ ଅଏ । କାଇକେବଇଲେ ସେ ମରନ୍କେ ଜିତି କରି ଜିବନ୍ ପାଇଆଚେ । 25 ମୁଇ ତମ୍କେ ସତ୍ କଇଲିନି ଏନ୍ତି ଗଟେକ୍ ବେଲା ଆଇଲାନି, ସେ ବେଲା ଏବେ କେଟିଆଚେ । ଜେଡେବେଲା ମଲା ଲକ୍ମନ୍ ପର୍ମେସରର୍ ପିଲା ମର୍ କଁଟର୍ ସର୍ ସୁନ୍ବାଇ, ସେମନ୍ ଜିବନ୍ ଅଇ ଉଟ୍ବାଇ । 26 ବାବା ଜେନ୍ତିକି ଜିବନର୍ ମୁଲ୍, ସେନ୍ତାରିସେ ତାର୍ ପିଲା ମୁଇ ମିସା ଜିବନର୍ ମୁଲ୍ । 27 ଆରି ମୁଇ ପର୍ମେସରର୍ ଟାନେଅନି ଆଇଲା ନର୍ପିଲା ଅଇଲାର୍ଲାଗି, ସବୁ ଲକ୍ମନ୍କେ ବିଚାର୍ କର୍ବା ଅଦିକାର୍ ସେ ମକେ ଦେଲାଆଚେ । 28 ତମେ ଏଟାର୍ପାଇ କାବା ଉଆନାଇ, ଏନ୍ତି ବେଲା ଆଇଲାନି, ମରିକରି ତପିଅଇଲା ସବୁ ଲକ୍ମନ୍ ମର୍ କଁଟ୍ସର୍ ସୁନ୍ବାଇ । 29 ଆରି ସେମନ୍ ସମାଦି ଅନି ଆରି ତରେକ୍ ଉଟ୍ବାଇ । କେ କେ ନିକ କାମ୍ କରିଆଚତ୍, ସେମନ୍ ମଲାଟାନେଅନି ଜିବନ୍ ଅଇକରି ଉଟ୍ବାଇ । କାରାପ୍ କାମ୍ କରୁମନ୍ ମିସା ମଲାଟାନେଅନି ଉଟ୍ବାଇ ଆରି ଦସି ବଲାଇଅଇବାଇ ।"
30 ମୁଇ ମର୍ ନିଜର୍ ଅଦିକାରେ କାଇଟା ମିସା କରିନାଇ, ବାବା ମକେ କେନ୍ତି କଇଲା ଆଚେ, ସେନ୍ତିସେ ବିଚାର୍ କର୍ବି । ଆରି ମୁଇ କର୍ବାଟା ଟିକ୍ସେ । କାଇକେବଇଲେ ମୁଇ ନିଜେ ମନ୍କଲାଟା ପୁରାପୁରୁନ୍ କର୍ବାକେ ନାଇ, ମାତର୍ ମକେ ପାଟାଇଲା ପର୍ମେସର୍ ମନ୍କଲାଟା ପୁରାପୁରୁନ୍ କଲିନି । 31 ମର୍ ନିଜର୍ ପାଇ ଜଦି ମୁଇ ସାକି ଦେବି, ସେଟା ସତ୍ ବଲି ଦାରା ନ ଜାଏ ।