25 ମୁଇ ତମ୍କେ ସତ୍ କଇଲିନି ଏନ୍ତି ଗଟେକ୍ ବେଲା ଆଇଲାନି, ସେ ବେଲା ଏବେ କେଟିଆଚେ । ଜେଡେବେଲା ମଲା ଲକ୍ମନ୍ ପର୍ମେସରର୍ ପିଲା ମର୍ କଁଟର୍ ସର୍ ସୁନ୍ବାଇ, ସେମନ୍ ଜିବନ୍ ଅଇ ଉଟ୍ବାଇ । 26 ବାବା ଜେନ୍ତିକି ଜିବନର୍ ମୁଲ୍, ସେନ୍ତାରିସେ ତାର୍ ପିଲା ମୁଇ ମିସା ଜିବନର୍ ମୁଲ୍ ।
Publicidade