19 ସେମନ୍ ଚଟୁ ଗାଟି ଗାଟି ପାଁଚ୍ କି ଚଅ କିଲମିଟର୍ ଗାଲା ପଚେ, ଜିସୁ ପାନି ଉପ୍ରେ ଇଣ୍ଡି ଇଣ୍ଡି ଡଙ୍ଗା ଲଗେ ଆଇବାଟା ଦେକିକରି ସେମନ୍ ବେସି ଡରିଗାଲାଇ । 20 ମାତର୍ ଜିସୁ ସେମନ୍କେ କଇଲା, "ଡରାନାଇ, ଏଟା ମୁଇସେ ।" 21 ଜିସୁ ଏ କାତା କଇଲା ପଚେ, ସିସ୍ମନ୍ ତାକେ ବେସି ସାର୍ଦା ସଙ୍ଗ୍ ଡଙ୍ଗାଇ ଚଗାଇଲାଇ । ଆରି ସେମନ୍ ଜନ୍ ଜାଗାଇ ଜାଇତେରଇଲାଇ, ସେ ଜାଗାଇ ଦାପ୍ରେ ଜାଇ କେଟ୍ଲାଇ ।