44 ମକେ ପାଟାଇରଇବା ପର୍ମେସର୍ ମର୍ ଲଗେ ଡାକି ନ ଆନ୍ଲେ, କେ ମିସା ମର୍ ଲଗେ ଆସିନାପାରତ୍ । ଆରି ଜେ ଜେ ଆଇବାଇ, ସେମନ୍କେ ମୁଇ ସାରାସାରି ଦିନେ ମଲାଟାନେଅନି ଜିବନ୍ କରି ଉଟାଇବି । 45 ବବିସତ୍ବକ୍ତାମନ୍ ଦରମ୍ ସାସ୍ତରେ ଲେକିଆଚତ୍, ପର୍ମେସର୍ଟାନେଅନିସେ ସବୁଲକ୍ ସିକ୍ବାଇ । କେ ମିସା ବାବାର୍ କାତା ସୁନି ତାର୍ ସିକିଆ ପାଇସି, ସେ ମର୍ଲଗେ ଆଇସି । 46 କେ ମିସା ବାବାକେ ଦେକତ୍ନାଇ । ମୁଇ ପର୍ମେସରର୍ ତେଇଅନି ଆସିଆଚେ, ମୁଇସେ ବାବାକେ ଦେକିଆଚି । 47 ମୁଇ ତମ୍କେ ସତ୍ କଇଲିନି, ଜନ୍ ଲକ୍ ମକେ ବିସ୍ବାସ୍ କର୍ସି, ସେ ନ ସାର୍ବା ଜିବନ୍ ପାଇସି ।