6 ମାତର୍ ପିଲିପ୍କେ ପରିକା କର୍ବାକେ ଜିସୁ ଏନ୍ତାରି ପାଚାରି ରଇଲା । କାଇକେ ବଇଲେ ଜିସୁ କାଇଟା କର୍ବାକେ ଗାଲାନି ବଲି ସେ ନିଜେ ଜାନିରଇଲା ।
7 ପିଲିପ୍ ଜିସୁକେ କଇଲା, "ଇତି ରଇଲା ସବୁ ଲକ୍ମନ୍କେ ଦୁଇସ ତେଇ ଅନି ଅଦିକ୍ ରୁପାଟାଙ୍ଗାର୍ ୬:୭ ରୁପାଟାଙ୍ଗାର୍ ଗଟେକ୍ ରୁପାଟାଙ୍ଗାର୍ ମୁଲିଅ ଗଟେକ୍ ଦିନର୍ ଆଜ୍ରିରୁଟି ଗେନ୍ବାକେ ପଡ୍ସି ।" 8 ତେଇ ଆନ୍ଦ୍ରିୟ ନାଉଁର୍ ଗଟେକ୍ ସିସ୍ ରଇଲା, ସେ ସିମନ୍ ପିତରର୍ ବାଇ । ସେ କଇଲା, "ଇତି ଗଟେକ୍ ପିଲାର୍ ଟାନେ ପାଁଚ୍ଟା ରୁଟି ଆରି ଦୁଇଟା ବାଜ୍ଲା ସାନ୍ ମାଚ୍ ଆଚେ । 9 ମାତର୍ ଏତ୍କି ଲକର୍ପାଇ ସେଟା ନ ଅଏ ।"
10 ଜିସୁ ତାର୍ ସିସ୍ମନ୍କେ କଇଲା, "ଲକ୍ମନ୍କେ ଗାଁସ୍ ଉପ୍ରେ ବସାଆ ।" ସେ ପଡିଆଇ ବେସି ଗାଁସ୍ ରଇଲା । ଗାଁସ୍ ଉପ୍ରେ ସବୁଲକ୍ ବସ୍ଲାଇ । ଆରି ତେଇ ଅବ୍କା ମୁନୁସ୍ ପିଲାସେ ପାଁଚ୍ ଅଜାର୍ ଲକ୍ ରଇଲାଇ । 11 ଜିସୁ ରୁଟି ଦାରି ପର୍ମେସର୍କେ ଦନିଅବାଦ୍ ଦେଲା ଆରି ତେଇ ବସିରଇବା ଲକ୍ମନ୍କେ ବାଟାକରି ଦେଲା । ସେନ୍ତିସେ ମାଚ୍ ମିସା ବାଟାକରି ଦେଲା । ତେଇ ସେମନ୍କେ ପେଟ୍ ପୁର୍ତେ କାଇବାକେ ମିଲ୍ଲା । 12 ସବୁ ଲକ୍ମନ୍ ପେଟ୍ ପୁର୍ତେ କାଇଲା ପଚେ, ଜିସୁ ତାର୍ ସିସ୍ମନ୍କେ କଇଲା, "ଅଗଲ୍ଲା ମାଚ୍ ଆରି ରୁଟି ଗଟେକ୍ଟାନେ ଟୁଲିଆଉ, ତେବେ କଣ୍ଡେକ୍ ମିସା ନସ୍ଟ ନ ଅଏ ।" 13 ଲକ୍ମନ୍ କାଇସାରାଇଲା ପଚେ, ସେ ପାଁଚ୍ଟା ରୁଟିଅନି ଜେତ୍କି ଅଗଲ୍ଲା, ସିସ୍ମନ୍ ସେଟା ଟୁଲିଆଇ କରି ବାର୍ଟା ଡାଲାଇ ବର୍ତି କଲାଇ ।