14 ଆରି ପରବ୍ ଅଦାଅଦି ସାରିଗାଲା ପଚେ, ଜିସୁ ମନ୍ଦିର୍ ବିତ୍ରେ ଜାଇକରି ଲକ୍ମନ୍କେ ସିକିଆ ଦେବାର୍ ଦାର୍ଲା । 15 ତେଇ ଜିଉଦି ନେତାମନ୍ କାବାଅଇଜାଇ କରି କଇଲାଇ, "ଏ ଲକ୍ ପାଟ୍ ନ ପଡି ମିସା କେନ୍ତି ଏତ୍କି ବିସଇ ଜାନିଆଚେ ?"
16 ଜିସୁ ସେମନ୍କେ କଇଲା, "ମୁଇ ସିକାଇଦେବା ଏ ସିକିଆ ମର୍ ନିଜର୍ଟାନେ ଅନି ନଏଁ, ମାତର୍ ମକେ ପାଟାଇରଇବା ପର୍ମେସରର୍ ତେଇଅନି ଆସିଆଚେ । 17 ଜେ ଜଦି ପର୍ମେସର୍ ମନ୍କଲାଟା ପୁରୁନ୍ କର୍ବାକେ ମନ୍ କର୍ସି ବଇଲେ ସେ ଜାନିପାର୍ସି, ମୁଇ ଦେଇତେରଇବା ସିକିଆ ପର୍ମେସରର୍ ଟାନେ ଅନି ଆଇଲାନି କି ସେଟା ମର୍ ନିଜର୍ ବପୁର୍ ସଙ୍ଗ୍ କଲିନି ବଲି । 18 ଜନ୍ ଲକ୍ ନିଜର୍ ଅଦିକାରେଅନି କାତା କଇସି ସେ ନିଜେ ମଇମା ପାଇ ଅଇବାକେ କଇସି । ମାତର୍ ଜନ୍ଲକ୍ ମକେ ପାଟାଇଲା ଲକ୍ ସନ୍ମାନ୍ ପାଅ ବଲି ମନ୍ କର୍ସି ବଇଲେ, ସେ ମିଚ୍ ନ କଇ ସତ୍ କାତା କଇସି । ଆରି ତାର୍ଟାନେ କାଇ ବୁଲ୍ ବିସଇ ନ ରଏ ।