4 "ଏ ଗୁରୁ, ଏ ମାଇଜିକେ ବେସିଆ କାମ୍ କଲାବେଲେ ଦାରିଆଚୁ । 5 ଏନ୍ତାରି ମାଇଜିକେ ପାକ୍ନା ସଙ୍ଗ୍ ମାରି ମରାଆ ବଲି ମସାର୍ ନିୟମେ ଲେକା ଅଇଲା ଆଚେ । ଏନ୍ତି ବଇଲେ ତୁଇ କାଇଟା ବଲି କଇଲୁସ୍ନି ?" 6 ସେମନ୍ ଜେନ୍ତିକି ଜିସୁ କଇବା ଉତର୍ତେଇଅନି ବୁଲ୍ ଦାରି ତାକେ ଦସି କର୍ବାକେ ଏ କାତା କଇଲାଇ । ମାତର୍ ଜିସୁ ଲଇଁ କରି ଆଙ୍ଗ୍ଟି ସଙ୍ଗ୍ ବୁଏଁ ଲେକ୍ବାର୍ ଦାର୍ଲା ।
7 ମାତର୍ ସେମନ୍ ତାକେ ତର୍କେ ତର୍ ପାଚାରିଲାଗି ରଇଲାଇ ଜେ ସେ ଟିଆଅଇ କଇଲା, " ଇତି ମୁଲ୍କେ ପାପ୍ ନ କଲା ଲକ୍ କେ ଆଚାସ୍ ବଇଲେ ସେ ଆଗ୍ତୁ ଆସିକରି ତାକେ ପାକ୍ନା ମାର ।" 8 ତାର୍ପଚେ ସେ ଆରି ତରେକ୍ ଲଇଁକରି ବୁଏଁ ଲେକ୍ବାର୍ ଦାର୍ଲା । 9 ଜିସୁର୍ ଏ କାତା ସୁନି ମାଇଜିକେ ଆନିରଇବା ସବୁଲକ୍ ସେ ଜାଗାଇଅନି ଗଟେକ୍ ଗଟେକ୍ ଲକ୍ ବାରଇ ଉଟିଗାଲାଇ । ପର୍ତୁମ୍ ଡକ୍ରାମନ୍ ଗାଲାଇ । ତେଇ ସାରାସାରି ଜାକ ଜିସୁ ଆରି ସେ ମାଇଜିସେ ରଇଲାଇ । 10 ଜିସୁ ଟିଆଅଇ ତାକେ ପାଚାର୍ଲା, "ସେ ଲକ୍ମନ୍ କେନେ ଗାଲାଇ ? ଇତି କେ ମିସା ତକେ ଦସ୍ ଦାର୍ବାକେ ନାଇ କି ?" 11 ସେ କଇଲା, "ନାଇ ମାପ୍ରୁ କେ ମିସା ମକେ ଦସି ବଲି ବିଚାର୍ କରତ୍ ନାଇ ।" ଜିସୁ ତାକେ କଇଲା, "ମୁଇ ମିସା ତକେ ଦସି ବଲି ବିଚାର୍ ନ କରି । ମାତର୍ ଜା ଆରି ପାପ୍ କର୍ ନାଇ ।"