11 ସେଡ୍କିବେଲେ ଏଦେ ଦେକା ! ମାପ୍ରୁର୍ ଗଟେକ୍ ଦୁତ୍ ଦୁପ୍ ଦେବା ବେଦିର୍ ଉଜାବାଟେ ଟିଆଅଇ ତାକେ ଦର୍ସନ୍ ଦେଲା । 12 ଜିକରିୟ ତାକେ ଦେକି କିଲ୍ବିଲ୍ ଅଇ ଡରିଗାଲା । 13 ମାତର୍ ଦୁତ୍ ତାକେ କଇଲା, "ଜିକରିୟ ଡର୍ନାଇ, କାଇକେବଇଲେ ତମେ ଗୁଆରି କଲାଟା ପର୍ମେସର୍ ସୁନିଆଚେ । ତର୍ ମାଇଜି ଏଲିସାବେତ୍ ଗଟେକ୍ ପିଲା ଜନମ୍ ଦେଇସି । ତମେ ତାକେ ଜଅନ୍ ବଲି ନାଉଁ ଦିଆସ୍ । 14 ସେ ତମର୍ ପାଇ ବେସି ସାର୍ଦା ଆନ୍ସି ଆରି କେତେ କେତେ ଲକ୍ମନ୍ ତାର୍ ଜନମେ ସାର୍ଦା କର୍ବାଇ । 15 ମାପ୍ରୁର୍ ଦେକ୍ବା ଇସାବେ ସେ ଗଟେକ୍ ଡାକ୍ପୁଟା ଲକ୍ ଅଇସି । ସେ ଆମଟ୍ ଅଇଜାଇରଇବା ଅଙ୍ଗୁର୍ ରସ୍ କି ନିସା ଜିନିସ୍ ମୁଲ୍କେ ନ କାଏ ଆରି ମାଆର୍ ଗର୍ବେ ଅନି ସୁକଲ୍ ଆତ୍ମାଇ ପୁରାପୁରୁନ୍ ଅଇ ଆଇସି । 16 ଆରି ଇସ୍ରାଏଲ୍ ଲକ୍ମନର୍ ବିତ୍ରେ ଅନି କେତେ କେତେ ଲକ୍ମନ୍କେ ମାପ୍ରୁ ତାର୍ ପର୍ମେସରର୍ ଟାନେ ବାଉଡାଇସି । 17 ସେ ବବିସତ୍ବକ୍ତା ଏଲିୟର୍ ଆତ୍ମାଇ ବପୁଅଇ ପର୍ମେସରର୍ ଆଗ୍ତୁ ଜାଇସି । ବାବାମନର୍ ମନ୍ ପିଲାମନର୍ଟାନେ ବାଉଡାଇସି । ପର୍ମେସରର୍ କାତା ନ ମାନ୍ବା ଲକ୍ମନ୍କେ ଦରମ୍ ଲକ୍ମନ୍ ଚିନ୍ତା କର୍ବା ଟାନେ ବାଉଡାଇସି । ଆରି ପର୍ମେସରର୍ ଲକ୍ମନ୍କେ ତାର୍ ପାଇ ଜାଗ୍ରତ୍ କୁରାଇସି ।"