ଜିସୁର୍ ଜନମ୍ ବିସଇ
26 ଏଲିସାବେତ୍ ଗାଗ୍ଡେଅଇ ଚ ମାସ୍ ଅଇଲାକେ, ପର୍ମେସର୍ ଗାବ୍ରିଏଲ୍ ଦୁତ୍କେ ଗାଲିଲି ରାଇଜର୍ ନାଜରିତ୍ ନାଉଁର୍ ନଅରେ ଗଟେକ୍ ଦାଙ୍ଗ୍ଡିର୍ ଟାନେ ପାଟାଇଲା । 27 ୧:୨୭ ମାତିଉ ୧:୧୮ସେ ଦାଙ୍ଗ୍ଡିର୍ ନାଉଁ ମରିୟମ୍, ଦାଉଦ୍ ବଁସର୍ ଜସେପ୍ ନାଉଁର୍ ଗଟେକ୍ ଦାଙ୍ଗ୍ଡା ସଙ୍ଗ୍ ତାର୍ ମାଙ୍ଗ୍ନି ଅଇରଇଲା । 28 ଦୁତ୍ ମରିୟମର୍ ଲଗେ ଆସି କଇଲା, "ଏ ନୁନି, ମାପ୍ରୁ ତକେ ଦୟାକଲା ଆଚେ, ଆରି ତର୍ସଙ୍ଗ୍ ଆଚେ ।"
29 ମରିୟମ୍ ସରଗର୍ ଦୁତ୍ କଇଲା ବାକିଅ ସୁନ୍ଲା ଆରି କାଇଟା ବୁଜିନାପାରି ଉଡୁକ୍ ଦୁଡୁକ୍ ଅଇଜାଇକରି, ବାବିବାବି ରଇଲା । 30 ଦୁତ୍ ତାକେ କଇଲା, "ମରିୟମ ଡର୍ ନାଇ, ତୁଇ ମାପ୍ରୁର୍ ଦୟା ପାଇଆଚୁସ୍ । 31 ୧:୩୧ ମାତିଉ ୧:୨୧ଦେକ୍ ତୁଇ ଗାଗ୍ଡେ ଅଇ ପିଲା ଗଟେକ୍ ଜନମ୍ କର୍ସୁ ଆରି ତାର୍ ନାଉଁ ଜିସୁ ଦେଇସା । 32 ସେ ଗଟେକ୍ ଡାକ୍ପୁଟା ଲକ୍ ଅଇସି ଆରି ସବୁର୍ ଉପ୍ରେ ରଇବା ପର୍ମେସରର୍ ପଅ ବଲି କଇବାଇ, ସରଗର୍ ମାପ୍ରୁ ତାକେ, ତାର୍ ଆନିଦାଦି ଦାଉଦର୍ ପାରା ରାଜା କୁରାଇସି । 33 ସେ କାଲ୍କାଲ୍ ଜୁଗ୍ଜୁଗ୍ ଇସ୍ରାଏଲ୍ ଲକ୍ମନ୍କେ ସାସନ୍ କର୍ସି । ତାର୍ ରାଇଜ୍ କେବେ ନ ସାରେ ।"
34 ମରିୟମ୍ ଦୁତ୍କେ କଇଲା, "ଏଟା କେନ୍ତି ଅଇସି ? ମୁଇତା ମୁନୁସ୍କେ ନାଜାନି !" 35 ଦୁତ୍ ତାକେ କଇଲା, "ସୁକଲ୍ ଆତ୍ମା ଆସି ତକେ ଡାବି ଅଇସି, ଆରି ସବୁର୍ ଉପ୍ରେ ରଇବା ପର୍ମେସରର୍ ବପୁ ତକେ ଗୁଡିଆଇ ଅଇସି, ତେବର୍ପାଇ ଜେ ଜାତ୍ ଅଇସି, ସେ ସୁକଲ୍ ପର୍ମେସରର୍ ପଅ ବଲି ଡାକ୍ପୁଟା ଅଇସି ।"
36 ଆରି ଦେକ୍, ତର୍ ଲାଗାର୍ ଲିତାର୍ ଏଲିସାବେତ୍ ମିସା ଡକ୍ରି ବେଲେ ଗାଗ୍ଡେ ଆଚେ, ଜାକେ ଲକ୍ମନ୍ ବାଞ୍ଜି ବଲି କଇତେରଇଲାଇ । ତାକେ ଏବେ ଚ ମାସ୍ ଅଇଲାନି । 37 କାଇକେବଇଲେ ପର୍ମେସରର୍ଟାନେ କାଇଟା ମିସା ନ ଅଇବା କାମ୍ ନାଇ, ବଲି କଇଲା ।
38 ତେଇ ମରିୟମ୍ କଇଲା, "ଦେକା, ମୁଇ ଗଟେକ୍ ମାପ୍ରୁର୍ ଦାସି, ତମେ କଇବା ଇସାବେ ମକେ ଅ ।" ତାର୍ପଚେ ଦୁତ୍ ତାର୍ଟାନେଅନି ଉଟିଗାଲା ।