28 ଦୁତ୍ ମରିୟମର୍ ଲଗେ ଆସି କଇଲା, "ଏ ନୁନି, ମାପ୍ରୁ ତକେ ଦୟାକଲା ଆଚେ, ଆରି ତର୍ସଙ୍ଗ୍ ଆଚେ ।"
29 ମରିୟମ୍ ସରଗର୍ ଦୁତ୍ କଇଲା ବାକିଅ ସୁନ୍ଲା ଆରି କାଇଟା ବୁଜିନାପାରି ଉଡୁକ୍ ଦୁଡୁକ୍ ଅଇଜାଇକରି, ବାବିବାବି ରଇଲା । 30 ଦୁତ୍ ତାକେ କଇଲା, "ମରିୟମ ଡର୍ ନାଇ, ତୁଇ ମାପ୍ରୁର୍ ଦୟା ପାଇଆଚୁସ୍ । 31 ୧:୩୧ ମାତିଉ ୧:୨୧ଦେକ୍ ତୁଇ ଗାଗ୍ଡେ ଅଇ ପିଲା ଗଟେକ୍ ଜନମ୍ କର୍ସୁ ଆରି ତାର୍ ନାଉଁ ଜିସୁ ଦେଇସା ।