15 ଆରି ଜିସୁ ସେମନ୍କେ କଇଲା, "ଜାଗର୍ତା, ସବୁରକାମର୍ ଲବ୍ କର୍ବାଟାନେଅନି ନିଜେ ନିଜେ ଦୁରେ ରୁଆ । କାଇକେବଇଲେ ଗଟେକ୍ ଲକର୍ ଜିବନ୍ଟାନେଅନି ଦନ୍ସଁପତି ବଡ୍ ବିସଇ ନଏ ।"
16 ଆରି ସେ ଲକ୍ମନ୍କେ ଗଟେକ୍ ଉଦାଅରନ୍ ଦେଇ କଇଲା, ଗଟେକ୍ ସାଉକାର୍କେ ତାର୍ ଜମିଟାନେଅନି ବେସି ତାସ୍ ପାଚ୍ଲା । 17 ସେ ଲକ୍ ମନେ ମନେ ବାବ୍ନାକରି କଇଲା, "କାଇଟା କର୍ବି ? ମର୍ କାଦି ଆନି ସଙ୍ଗଇବାକେ ଜାଗାନାଇ ।" 18 ଆରି ସେ କଇଲା, "ଏନ୍ତାରି କର୍ବି, ମର୍ କାଦି ସଙ୍ଗଇବା ଗରର୍ କତି ବାଙ୍ଗାଇକରି ବଡ୍ ବଡ୍ କରି ତିଆର୍କର୍ବି ଆରି ତେଇ ମର୍ ସବୁ କାଦିକଣ୍ଡା ଜାଗ୍ରତ୍ କରି ସଙ୍ଗଇବି । 19 ଆରି ମର୍ ଜିବନ୍କେ କଇବି, ର ଜିବନ୍, ତର୍ପାଇବଲି ବେସି ବରସର୍ କାଦିକଣ୍ଡା ସଙ୍ଗଇ ଅଇଲାଆଚେ, ପୁଣ୍ଡ୍, କାଆ ଆରି ଆରାମ୍ସଙ୍ଗ୍ ର ।" 20 ମାତର୍ ପର୍ମେସର୍ ତାକେ କଇଲା, "ଏରେ ବକୁଆ ଜଦି ଆଜି ରାତି ପର୍ମେସର୍ ତର୍ ଜିବନ୍ ମାଙ୍ଗ୍ସି ବଇଲେ, ତୁଇ ତର୍ପାଇ ଜେତ୍କି ସଙ୍ଗଇଆଚୁସ୍, ସେ ସବୁ କାର୍ଟା ଅଇସି ? 21 ଜେ ନିଜର୍ପାଇ ଦନ୍ ଜତନ୍ କରି ସଙ୍ଗଇସି, ସେ ପର୍ମେସରର୍ ମୁଆଟେ ସାଉକାର୍ ନଏଁ, ତାର୍ପାଇ ଏନ୍ତାରି ଗଟ୍ସି ।"