11 ତେଇ ଗଟେକ୍ ମାଇଜି ରଇଲା । ତାକେ ଡୁମା ଦାରି ଅଟ୍ର ବରସ୍ ଜାକ କୁବ୍ଡି ଅଇରଇଲା । ସେ ବିଲ୍କୁଲ୍ ସିଦା ଅଇ ଇଣ୍ଡି ନାପାର୍ତେ ରଇଲା । 12 ଜିସୁ ତାକେ ଦେକି ଲଗେ ଡାକି କଇଲା, "ଏ ନିନି ତକେ ମୁଇ, ଏ କୁବ୍ଡି ରଗେଅନି ନିକ କଲିନି ।" 13 ଜିସୁ ସେ ମାଇଜିର୍ ଉପ୍ରେ ଆତ୍ ସଙ୍ଗଇଲା । ସେ ମାଇଜି ସେ ଦାପ୍ରେସେ ସଲକ୍ ଅଇ ପର୍ମେସର୍କେ ମଇମା କର୍ବାର୍ ଲାଗ୍ଲା ।