ଜିସୁ ଗଟେକ୍ ରଗିକେ ନିକକଲା
1 ତରେକ୍ ଜିସୁ ବିସ୍ରାମ୍ବାରେ ବଜି କାଇବାକେ ଗଟେକ୍ ପାରୁସି ନେତାର୍ ଗରେ ଗାଲା । ଆରି ସେମନ୍ ଜିସୁକେ କାଇଆଲେ ବୁଲ୍ ଦାର୍ବାକେ ଆଁକିମରାଇ ଦେକ୍ତେ ରଇଲାଇ । 2 ତେଇ ଜିସୁ ତାର୍ ମୁଆଟେ ଗଟେକ୍ ପୁଲାରଗ୍ ଅଇରଇଲା ଲକ୍କେ ଦେକ୍ଲା । 3 ତାର୍ ପଚେ ଜିସୁ ସେ ପାରୁସି ଆରି ମସାର୍ ନିୟମ୍ ସିକାଇଦେବା ଲକ୍ମନ୍କେ ପାଚାର୍ଲା । "ମସାର୍ ନିୟମ୍ ଇସାବେ ବିସ୍ରାମ୍ବାରେ ଗଟେକ୍ ରଗ୍ ଅଇଲା ଲକ୍କେ ନିକ କର୍ବା ବିଦି ଆଚେ କି ନାଇ ?"
4 ମାତର୍ ସେମନ୍ କାଇଟାବଲି ମିସା ନ କଇ ଚୁପ୍ଚାପ୍ ଅଇ ରଇଲାଇ । ସେଟାର୍ ପାଇ ଜିସୁ ସେ ରଗିକେ ଚିଇଲା ଆରି ନିକ କରି ପାଟାଇ ଦେଲା ।