ଗଟେକ୍ ସାଉକାର୍ ଆରି ଲାଜାର୍
19 ଜିସୁ ସେମନ୍କେ ଗଟେକ୍ କାତାନି ବୁଜାଇକରି କଇଲା, "ଗଟେକ୍ ସାଉକାର୍ ଲକ୍ ରଇଲା । ସେ ଲଚେକ୍ ମଲ୍ ଦେଇ ଗେନ୍ଲା ନିକ ନିକ ଚକା ପଚିଆ ପିନ୍ଦ୍ତେ ରଇଲା । ସେ ସବୁଦିନ୍ ବଜି କରି ନିଜେ ସାର୍ଦା ଅଇତେରଇଲା । 20 ତେଇ ଲାଜାର୍ ନାଉଁର୍ ଅର୍କିତ୍ ଲକ୍ ଗଟେକ୍ ରଇଲା । ତାର୍ ଗୁଲାଇ ଗାଗଡ୍ ଗାଉ ଅଇରଇଲା । ତାକେ ଆନିକରି ସାଉକାରର୍ କାପାଟ୍ ଲଗେ ଡୁଲାଇତେ ରଇଲାଇ । 21 ତେଇ ରଇ, ସେ ସାଉକାରର୍ ତାଲିଅନି ଅଦର୍ଲା ସକ୍ଡି ବାତ୍ସିତା ବେଟି କାଇବାକେ ମନ୍ କର୍ତେ ରଇଲା । କୁକୁର୍ମନ୍ ତାର୍ ଗାଗ୍ଡର୍ ଗାଉ ଚାଟ୍ତେ ରଇଲାଇ ।"
22 କେତେ ଦିନ୍ ଗାଲାପଚେ ସେ ଅର୍କିତ୍ ଲକ୍ ମରିଗାଲା । ଆରି ପର୍ମେସରର୍ ଦୁତ୍ମନ୍ ଆସି ତାକେ ସରଗ୍ପୁରର୍ ବଜିତେଇ ଅବ୍ରାଆମର୍ ଲଗେ ବସ୍ବାକେ ଦାରି ଗାଲାଇ । ଆରି କେତେ ଦିନ୍ ଗାଲାପଚେ ସେ ସାଉକାର୍ ମିସା ମରିଗାଲା । ତାକେ ନେଇ ତପିଦେଲାଇ । 23 ଆରି ସେ ନରକ୍ କୁଣ୍ଡେ ଗାଲା । ତେଇ ସେ ବେସି କସ୍ଟ ପାଇବାବେଲା ଉପ୍ରେ ସରଗ୍ପୁରେ ଦେକ୍ଲେ ଲାଜାର୍ ଅବ୍ରାଆମର୍ ଲଗେ ବସି ଆଚେ । 24 ସେ ଆଉଲି ଅଇ କଇଲା, "ଏ ବାବା ଅବ୍ରାଆମ୍, ମକେ ଦୟା କର୍ । ଲାଜାର୍କେ ମର ଲଗେ ପାଟାଇଦେସ୍ । ସେ ଆସିକରି ନିଜର୍ ଆଙ୍ଗ୍ଟି ସଙ୍ଗ୍ ପାନି ଦେଇ, ମର୍ ଜିବ୍ କାକର୍ କର । କାଇକେ ବଇଲେ ମୁଇ ଏ ନରକ୍ପୁରର୍ ଜଇଲଗେ ବେସି କସ୍ଟ ପାଇଲିନି ।"
25 ମାତର୍ ଅବ୍ରାଆମ୍ କଇଲା, "ବାବୁରେ, ତୁଇ ଜିବନ୍ ରଇଲାବେଲାର୍ କାତା ମନେ ଏତାଇ ଦେକ୍ । ତର୍ ଜିବ୍ନେ ସବୁ ନିମାନ୍ ବିସଇ ପାଇରଇଲୁସ୍ । ଆରି ଲାଜାର୍ ସବୁ କାରାପ୍ ବିସଇ ପାଇଲା । ମାତର୍ ସେ ଏବେ ଏ ଜାଗାଇ ସାର୍ଦାଅଇ ଆଚେ । ଆରି ତୁଇ ବେସି କସ୍ଟ ପାଇଲୁସ୍ନି । 26 ଆରି ଗଟେକ୍ ବିସଇ ଅଇଲାନି, ତର୍ ଆମର୍ ମଜାଇ ଗଟେକ୍ ବଡେଟା ପାଗଡ୍ ଆଚେ । ଇତିର୍ ଲକ୍ ସିତି ଜାଇ ନଏଁ ଆରି ସିତିର୍ ଲକ୍ ଇତି ଆସି ନଏଁ " ବଲି କଇଲା । 27 ସେ ବେଲା ସେ ସାଉକାର୍ କଇଲା, "ଏ ବାବା ଏନ୍ତି ବଇଲେ ମୁଇ ତକେ ବାବୁଜିଆ କଲିନି ଲାଜାର୍କେ ଦୟାକରି ମର୍ ବାବାର୍ ଗରେ ପାଟାଇଦେସ୍ । 28 କାଇକେ ବଇଲେ ତେଇ ମର୍ ପାଁଚ୍ଟା ବାଇମନ୍ ଆଚତ୍ । ଲାଜାର୍ ଜାଇ ସେମନ୍କେ ଜାଗ୍ରତ୍ କରାଅ । ସେମନ୍ ସେ କାତା ସୁନି ପାପେଅନି ମନ୍ ବାଦ୍ଲାଅତ୍ । ସେମନ୍ ମଲେ ମୁଇ ଏବେ ବେସି କସ୍ଟ ପାଇବା ଏ ଜାଗାଇ ନ ଆସତ୍" ବଲି କଇଲା ।
29 ମାତର୍ ଅବ୍ରାଆମ୍ ତାକେ କଇଲା, "ସେମନ୍ ଜାଗ୍ରତ୍ ଅଇ ରଇବାକେ ମସାର୍ ନିୟମ୍ ଆରି ବବିସତ୍ବକ୍ତାମନ୍ କଇଲା କାତା ସବୁ ତାକର୍ ଲଗେ ଆଚେ । ସେଟା ସେମନ୍ ପଡିକରି ସିକତ୍ ।" ବଲି କଇଲା । 30 ଆରି ସେ ସାଉକାର୍ ଅବ୍ରାଆମ୍କେ କଇଲା, "ସେତ୍କି ନଏଁ ବାବା, ମଲାଟାନେଅନି ଉଟିକରି ଗଟେକ୍ ଲକ୍ ଜାଇ କଇଲେ ସେମନ୍ ବିସ୍ବାସ୍ କରି ପାପେଅନି ମନ୍ ବାଉଡାଇବାଇ ।" ବଲି କଇଲା । 31 ଅବ୍ରାମ୍ ତାକେ କଇଲା, "ତର୍ ବାଇମନ୍ ମସାର୍ ଆରି ବବିସତ୍ବକ୍ତାମନର୍ କାତା ନ ସୁନତ୍ ବଇଲେ ମଲାଟାନେଅନି ଉଟିକରି ଗଟେକ୍ ଲକ୍ ଜାଇ କଇଲେ ମିସା ସେମନ୍ ନ ମାନତ୍ ।"