ପାରୁସି ଆରି ସିସ୍ତୁମାଙ୍ଗୁମନର୍ କାତା
9 ତେଇ ରଇଲା କେତେକ୍ ଲକ୍ମନ୍ ନିଜ୍କେ ମୁଇ ନିକ ଆଚି ବଲି ବାବିଅଇ ବିନ୍ଲକ୍କେ ଗିନ୍ କର୍ତେ ରଇଲାଇ । ସେନ୍ତି ଲକ୍ମନର୍ ବିସଇ ବୁଜାଇବାକେ ଜିସୁ ସେମନ୍କେ ଏ କାତାନି କଇଲା । 10 ଦିନେକ୍ ଦୁଇଲକ୍ ପାର୍ତନା କର୍ବାକେ ଗଟେକ୍ ମନ୍ଦିରେ ଗାଲାଇ । ଗଟେକ୍ ଲକ୍ ପାରୁସି ଦଲର୍ ଲକ୍ ଆରି ଗଟେକ୍ ସିସ୍ତୁମାଙ୍ଗୁ । 11 ପାରୁସି ଲକ୍ ନିଜେ ଅଲପ୍ ଦୁରିକେ ଟିଆଅଇ ଏନ୍ତି ପାର୍ତନା କର୍ବାର୍ ବସ୍ଲା, "ଏ ପର୍ମେସର୍ ମୁଇ ତମ୍କେ ଦନିଅବାଦ୍ ଦେଲିନି । ମୁଇ ବିନ୍ଲକର୍ପାରା ଲବ୍ରା ନାଇ କି ମିଚ୍ମାୟା ନାଇ କି ବେସିଆ କାମ୍ କରି ନାଇ । ଆରି ତକେ ଜୁଆର୍ କଲିନି ମୁଇ ଏ ସିସ୍ତୁମାଙ୍ଗୁ ପାରା ନଇ ।" 12 ଆରି ସେ କଇଲା, "ମୁଇ ଜିଉଦିମନର୍ ନିୟମ୍ ଇସାବେ ଆଟ୍କେ ଦୁଇ ଦିନ୍ ଉପାସ୍ ରଇ ପାର୍ତନା କଲିନି । କାମାଇଲାଟାନର୍ ଦସ୍ବାଗର ବାଗେକ୍ ତମ୍କେ ଦେଲିନି ।" ବଲି ପାର୍ତନା କଲା ।
13 ମାତର୍ ସେ ସିସ୍ତୁମାଙ୍ଗୁ ଦୁରିକେ ଟିଆଅଇ ପାର୍ତନା କର୍ବା ବେଲେ ସରଗ୍ବାଟେ ଦେକ୍ବାକେ ମିସା ମନ୍ ନକରି ନିଜର୍ ବୁକେ ମାରିଅଇ ଏନ୍ତି ପାର୍ତନା କଲା । "ଏ ପର୍ମେସର୍ ମୁଇ ଗଟେକ୍ ପାପି ଲକ୍ ମକେ ଦୟା କରା !" 14 ୧୮:୧୪ ମାତିଉ ୨୩:୧୨; ଲୁକ୍ ୧୪:୧୧ଜିସୁ ତାର୍ ସିସ୍ମନ୍କେ କଇଲା, "ସେ ଦୁଇଲକ୍ ପାର୍ତନା ସାରାଇ ବାଅଡ୍ଲାକେ, ସିସ୍ତୁମାଙ୍ଗୁସେ ପର୍ମେସର୍ ଦେକ୍ବା ଇସାବେ ଦରମ୍ ରଇଲା । ପାରୁସି ନାଇ । ଜେ ବଡ୍ପନ୍ ଦେକାଇ ଅଇସି ଆରି ବଡ୍ ବଲି ବାବ୍ସି, ତାକେ ପର୍ମେସର୍ ସାନ୍ ଲକ୍ କର୍ସି । ମାତର୍ ଜେ ନିଜ୍କେ ସାନ୍ ଲକ୍ପାରା ବାବ୍ସି ତାକେ ପର୍ମେସର୍ ବଡ୍ ଲକ୍ କର୍ସି, ଏ କାତା ଏତାଇ ରୁଆ ।"