ଜିସୁର୍ ଜନମ୍
1 ସେବେଲେ ରମିୟ ରାଇଜର୍ ବଡ୍ ସାସନ୍ କାରିଆ ଅଗସ୍ଟ କାଇସରର୍ ଆଦେସ୍ ଇସାବେ ସବୁଲକ୍କେ ନାଉଁ ଲେକାଇବାର୍ ଅଇଲା । 2 କିରିଣିୟ ନାଉଁର୍ ସାସନ୍ କାରିଆ ସିରିଆ ରାଇଜ୍ ସାସନ୍ କର୍ବା ବେଲେ ପର୍ତୁମ୍ ତର୍ ଏନ୍ତାରି ନାଉଁ ଲେକା ଅଇରଇଲା । 3 ସେଟାର୍ପାଇଁ ବଲି ସବୁଲକ୍ ନାଉଁ ଲେକାଇବାକେ ନିଜର୍ ନିଜର୍ ନଅରେ ଗାଲାଇ ।
4 ଆରି ଜସେପ୍ ମିସା ନାଉଁ ଲେକାଇବାକେ ମରିୟମର୍ ସଙ୍ଗ୍ ଗାଲିଲି ରାଇଜର୍ ନାଜରିତ୍ ନାଉଁର୍ ଗଟେକ୍ ନଅରେ ଅନି ଜିଉଦା ରାଇଜର୍ ବେତ୍ଲିଇମ୍ ବଲି ଦାଉଦ୍ ରାଜାର୍ ଜନମ୍ ନଅରେ ଗାଲାଇ । କାଇକେବଇଲେ, ଜସେପ୍ ଦାଉଦ୍ ବଁସର୍ ଆରି ସେ କୁଟୁମର୍ ଲକ୍ ରଇଲା । 5 ତାର୍ସଙ୍ଗ୍ ମରିୟମର୍ ବିବା ମାଙ୍ଗ୍ନି ଅଇରଇଲା, ଆରି ମରିୟମ୍ ଗାଗ୍ଡେ ଅଇରଇଲା ।