10 ତେଇ ଦୁତ୍ ସେମନ୍କେ କଇଲା, "ଡରାନାଇ ! ଦେକା ମୁଇ ସବୁଲକର୍ପାଇ ଗଟେକ୍ ବେସି ସାର୍ଦାର୍ କବର୍ ତମ୍କେ ଜାନାଇଲିନି, ଜନ୍ଟାକି ସବୁଲକର୍ପାଇ ସାର୍ଦାର୍ ବିସଇ ଅଇସି । 11 କାଇକେବଇଲେ, ଆଜିସେ ଦାଉଦ୍ ରାଜାର୍ ଜନମ୍ ନଅରେ ତମର୍ପାଇ ଗଟେକ୍ ଉଦାର୍କାରିଆ ଜନମ୍କଲା ଆଚେ, ସେ କିରିସ୍ଟ ମାପ୍ରୁ ।