48 ଜସେପ୍ ଆରି ମରିୟମ୍ ମିସା ଜିସୁକେ ଦେକି କାବା ଅଇଗାଲାଇ, ଆରି ତାର୍ ମାଆ ତାକେ କଇଲା, "ତୁଇ କାଇକେ ନୁନା ଆମ୍କେ ଏନ୍ତାରି କଲୁସ୍ ? ଦେକ୍ନି ତର୍ ବାବା ଆରି ମୁଇ କେତେକ୍ କିଲ୍ବିଲ୍ ଅଇ କଜ୍ଲୁନି ।"
49 ତେଇ ଜିସୁ ସେମନ୍କେ କଇଲା, "କାଇକେ ମକେ କଜ୍ତେରଇଲାସ୍ ? ମର୍ ବାବାର୍ ଗରେ ମୁଇ ରଇବାର୍ ଆଚେଆକା, ଏଟା ନାଜାନି ରଇଲାସ୍ କି ?" 50 ମାତର୍ ଜିସୁ ସେମନ୍କେ ଜନ୍ କାତା କଇଲା, ସେଟା ସେମନ୍ ବୁଜିନାପାର୍ଲାଇ ।
51 ପଚେ ଜିସୁ ତାର୍ ବାବା ମାଆ ସଙ୍ଗ୍ ନାଜରିତେ ବାଉଡି ଆଇଲା ଆରି ତାକର୍ କାତା ମାନ୍ତେରଇଲା, ମରିୟମ୍ ମିସା ଏ ସବୁ କାତା ନିଜର୍ ମନ୍ ବିତ୍ରେ ସଙ୍ଗଇ ଚିନ୍ତା କଲା ।