ମେଣ୍ଡା ଗଉଡ୍ମନ୍ ଜିସୁର୍ ଜନମ୍ କବର୍ ସୁନ୍ଲାଇ
8 ବେତ୍ଲିଇମ୍ ଲଗେ କେତେଟା ମେଣ୍ଡା ଚାରାଉ ଗଉଡ୍ମନ୍ ସେ ରାତିଆ ପଦାଇ ରଇ ତାକର୍ ମେଣ୍ଡା ଗଟାନି ଜାଗ୍ତେରଇଲାଇ । 9 ଆରି ଏଦେ ଦେକା ! ମାପ୍ରୁର୍ ଦୁତ୍ ଗଟେକ୍ ଆସି ସେମନର୍ ଲଗେ ଟିଆଅଇଲା, ଆରି ମାପ୍ରୁର୍ ମଇମାର୍ ଉଜଲ୍ ତାକର୍ ଚାରିବେଡ୍ତି ଜଲ୍ସିଗାଲାଜେ ଗଉଡ୍ମନ୍ ବେସି ଡରିଗାଲାଇ । 10 ତେଇ ଦୁତ୍ ସେମନ୍କେ କଇଲା, "ଡରାନାଇ ! ଦେକା ମୁଇ ସବୁଲକର୍ପାଇ ଗଟେକ୍ ବେସି ସାର୍ଦାର୍ କବର୍ ତମ୍କେ ଜାନାଇଲିନି, ଜନ୍ଟାକି ସବୁଲକର୍ପାଇ ସାର୍ଦାର୍ ବିସଇ ଅଇସି ।