ସବୁବେଲା ଜାଗ୍ରତ୍ ରୁଆ
34 "ମାତର୍ ତମେ ନିଜର୍ ନିଜର୍ ବିସଇ ନେଇକରି ଜାଗ୍ରତ୍ ରୁଆ । ତମର୍ ମନ୍ ସବୁବେଲାଇ ବଜିବାତ୍ କରି ମଦ୍ ପେଣ୍ଡମ୍ କାଇବା ବିସଇ ଆରି କେନ୍ତାର୍ ଜିଇବାର୍ ଅଇସି କେନ୍ତାର୍ ନାଇ ବଲି ଚିନ୍ତାକରି ରଇଲାବେଲେ, ସେ ଦିନ୍ ଅଟାତ୍ ପାନ୍ଦ୍ ପାରା ଆସି ଲାଗିଜାଇସି । 35 ସେନ୍ତାରିସେ ଏ ଦୁନିଆର୍ ସବୁ ଲକ୍କେ ସେଟା ଗଟ୍ସି । 36 ସେ ଦିନ୍ମନ୍କେ ଗଟ୍ବା ସବୁ ବିସଇ ଦେଇ, କାଇ ବିପଦ୍ ନ ଅଇ ଜିବାକେ ଆରି ପର୍ମେସର୍ ପାଟାଇରଇବା ନର୍ପିଲା ମର୍ ମୁଆଟେ ଟିଆ ଅଇବାକେ, ପାର୍ତନା କରି ଜାଗରତ୍ ଅଇରୁଆ ।"