ଜିସୁକେ ଦାରାଇ ଦେବାକେ ଜିଉଦା ରାଜି ଅଇଲା
3 ଆରି ଜିସୁର୍ ବାର୍ଟା ସିସ୍ମନର୍ ବିତ୍ରେଅନି ଇସ୍କାରିୟତ୍ ଜିଉଦା ନାଉଁର୍ ଗଟେକ୍ ସିସ୍ ରଇଲା । ସେବେଲାଇ ତାର୍ ମନ୍ ବିତ୍ରେ ସଇତାନ୍ ପୁରିଦେଲା । 4 ଆରି ସେ ମୁକିଅ ପୁଜାରିମନ୍ ଆରି ମନ୍ଦିର୍ ଜାଗି ରଇବା ସେନାପତିମନର୍ ଲଗେ, କେନ୍ତିକରି ଜିସୁକେ ବିସ୍ବାସେ ବିସ୍ ଦେଲା ପାରା କରି, ତାକେ ଦାରାଇଦେବି ବଲି ସେମନର୍ ସଙ୍ଗ୍ କାତାବାର୍ତା ଅଇବାର୍ ଗାଲା । 5 ସେଟାର୍ପାଇଁ ସେ ଲକ୍ମନ୍ ବେସି ସାର୍ଦା ଅଇକରି ତାକେ ଡାବୁ ଦେବାକେ ରାଜି ଅଇଲାଇ । 6 ଜିଉଦା ମିସା ରାଜି ଅଇଲା ଆରି ଲକ୍ମନର୍ ନ ଜାନ୍ତେ ଜିସୁକେ ଦାରାଇଦେବାକେ ସୁଜଗ୍ କଜ୍ତେରଇଲା ।